Advertisement
Article Detail0/zeeodisha/odisha2667115

Weather Updates: ଉପରମୁହାଁ ପାରଦ, ମାର୍ଚ୍ଚ ଅସମ୍ଭାଳ ତାତି

 ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମା ବଙ୍ଗୋପସାଗରୀୟ ପବନ ବହିବ | ରାତିରେ ପଶ୍ଚିମା ପବନ ଓଡ଼ିଶାରେ ବହିବା ହେତୁ ଭୋର ସମୟରେ ତାପମାତ୍ରା କମ୍ ରହିବ। 

Weather Updates: ଉପରମୁହାଁ ପାରଦ, ମାର୍ଚ୍ଚ ଅସମ୍ଭାଳ ତାତି

Weather Updates: ଭୁବନେଶ୍ଵର: ସାରା ରାଜ୍ୟର ତାପମାତ୍ରା ଏବେ ଉପରମୁହାଁ ଗୋଟିଏ ପରେ ଗୋଟିଏ ସହରର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗି ଚାଲିଛି। ମାର୍ଚ୍ଚ ମାସ ଆରମ୍ଭରୁ ହିଁ ରାଜ୍ୟରେ ସୂର୍ଯ୍ୟଙ୍କ କୋପ ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ୧୦ଟି ସହରର ତାପମାତ୍ରା ୩୭ଡିଗ୍ରି କିମ୍ବା ତା'ଠାରୁ ଅଧିକ ରହିଥିଲା। 

ବଲାଙ୍ଗୀରରେ ୩୮.୧, ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬, ଭଦ୍ରକ ଓ ଝାରସୁଗୁଡ଼ାରେ ୩୭.୫, ଯାଜପୁରରେ ୩୭.୨, ବାରିପଦା, ସୋନପୁର ଓ ଭବାନୀପାଟଣାରେ ୩୭ ଡିଗ୍ରି ଲେଖାଏଁ ଥିଲା। ପାଣିପାଗ ବିଭାଗ ପକ୍ଷରୁ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ। ୧୨ ତାରିଖ ପରେ ରାଜ୍ୟର ତାପମାତ୍ରା ଆହୁରି ଅଧିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ସେପଟେ ରବିବାର ଭୁବନେଶ୍ବର ତାପମାତ୍ରା ୩୬.୧ ଡିଗ୍ରିରେ ପହଞ୍ଚିଛି। ଉପକୂଳରୁ ପଶ୍ଚିମ ଓଡ଼ିଶା, ଏବେ ସବୁଠି ଦିନର ତାପମାତ୍ରା ବଢ଼ି ଚାଲିଛି। ଅଧିକାଂଶ ସହରରେ ତାତି ଅନୁଭୂତ ହୋଇଥିଲେ ମଧ୍ୟ ରାଜ୍ୟର ତତଲାଗଡ଼ର ପରିଚୟ ପାଇଥିବା ଟିଟିଲାଗଡ଼ ଏବେଠାରୁ ଉତ୍ତପ୍ତ ହେବାରେ ଲାଗିଛି । ଶନିବାର ଟିଟିଲାଗଡ଼ ରାଜ୍ୟ ସହ ଦେଶର ଉତ୍ତପ୍ତ ସହରରେ ପରିଣତ ହୋଇଥିଲା। ବିଦର୍ଭର ଆକୋଲା ସମେତ ଟିଟିଲାଗଡ଼ର ତାପମାତ୍ରା ଯୁଗ୍ମ ଭାବେ ୩୮.୫ ଡିଗ୍ରି ରହିଥିଲା, ଯାହାକି ଦେଶରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

Add Zee News as a Preferred Source

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଫେବ୍ରୁଆରି ମାସରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ଦୁର୍ବଳ ରହିଥିଲା। ମାର୍ଚ୍ଚରେ ଏହାର ନ୍ୟୁଟ୍ରାଲ (୦.୩ ଡିଗ୍ରି ସେଲସିୟସ୍) ରହି ଜୁଲାଇ ପର୍ଯ୍ୟନ୍ତ ନ୍ୟୁଟ୍ରାଲ ଅବସ୍ଥାରେ ଚାଲୁ ରହିବାର ସମ୍ଭାବନା ରହିଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମା ବଙ୍ଗୋପସାଗରୀୟ ପବନ ବହିବ | ରାତିରେ ପଶ୍ଚିମା ପବନ ଓଡ଼ିଶାରେ ବହିବା ହେତୁ ଭୋର ସମୟରେ ତାପମାତ୍ରା କମ୍ ରହିବ। 

About the Author