Advertisement
Article Detail0/zeeodisha/odisha2741614
Zee OdishaWeatherweather report: ରାଜଧାନୀରେ କାଳବୈଶାଖିର ତାଣ୍ଡବ, ଆହୁରି ୪ ଦିନ ରହିବ ପ୍ରକୋପ

weather report: ରାଜଧାନୀରେ କାଳବୈଶାଖିର ତାଣ୍ଡବ, ଆହୁରି ୪ ଦିନ ରହିବ ପ୍ରକୋପ

ଭୁବନେଶ୍ୱର: କାଳବୈଶାଖୀର ପ୍ରଭାବରେ ଶନିବାର ଭୁବନେଶ୍ଵରେ ସର୍ବାଧିକ ୭୫କିମି ବେଗରେ ପବନ ବହିଛି। ଭଲ ବର୍ଷା ବି ହୋଇଛି। ଶନିବାର ସନ୍ଧ୍ୟା ୫ରୁ ୭ଟା ମଧ୍ୟରେ ପଶ୍ଚିମ ଓଡିଶାର ନୂଆପଡାରେ ଘଣ୍ଟାପ୍ରତି ୪୮ କିମି ବେଗରେ ପବନ ହୋଇଥିଲା। ପାରଳାଖେମୁଣ୍ଡି, ଓ ବୌଦ୍ଧ ସମେତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଥିବା ମଧ୍ୟଦ

weather report: ରାଜଧାନୀରେ କାଳବୈଶାଖିର ତାଣ୍ଡବ, ଆହୁରି ୪ ଦିନ ରହିବ ପ୍ରକୋପ

weather report: ଭୁବନେଶ୍ୱର: କାଳବୈଶାଖୀର ପ୍ରଭାବରେ ଶନିବାର ଭୁବନେଶ୍ଵରେ ସର୍ବାଧିକ ୭୫କିମି ବେଗରେ ପବନ ବହିଛି। ଭଲ ବର୍ଷା ବି ହୋଇଛି। ଶନିବାର ସନ୍ଧ୍ୟା ୫ରୁ ୭ଟା ମଧ୍ୟରେ ପଶ୍ଚିମ ଓଡିଶାର ନୂଆପଡାରେ ଘଣ୍ଟାପ୍ରତି ୪୮ କିମି ବେଗରେ ପବନ ହୋଇଥିଲା। ପାରଳାଖେମୁଣ୍ଡି, ଓ ବୌଦ୍ଧ ସମେତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଥିବା ମଧ୍ୟଦେଖିବାକୁ ମିଳିଛି। ଶନିବାର କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ଯୋଗାଯୋଗ ସଂଯୋଗ ବ୍ୟାହତ ହୋଇଛି। କାଳବୈଶାଖୀ ପ୍ରକୋପ ଆହୁରି ୪ଦିନ ଯାଏ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ କାଳବୈଶାଖି ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖି ସହ ଘଡ଼ଘଡ଼ି, କୁଆପଥର ବର୍ଷା, ପବନ ଜାରି ରହିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ୮ ଭିତରେ ପୁଣି ତାପମାତ୍ରା ୧ରୁ ଭିତରେ ତାରିଖଠାରୁ ରାଜ୍ୟରେ ତାତି ବଢ଼ିବା ସମ୍ଭାବନା ଅଛି। ଆସନ୍ତା ୮ରୁ ୧୪ ତାରିଖ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି। 

ଏହା ସହିତ ସମ୍ବଲପୁରରେ ୩୯କିମି, ସୋନପୁରରେ ୫୬କିମି ବେଗରେ ହୋଇଥିଲା। ସନ୍ଧ୍ୟା ୭ଟାରୁ ରାତି ୯ଟା ଭିତରେ ଅନୁଗୁଳରେ ୪୩କିମି, ମୟୂରଭଞ୍ଜରେ ୪୬କିମି, ଖୋର୍ଦ୍ଧା ପୀତାପଲ୍ଲୀରେ ୬୮କିମି, କଟକରେ ୬୫କିମିବେଗରେ ପବନ ହୋଇଛି। ଭଦ୍ରକର ରାଣୀତାଲରେ ଘଣ୍ଟା ପ୍ରତି ୫୪କିମି, କେନ୍ଦ୍ରାପଡ଼ାରେ ୪୬ କିମି ଓ ଜଗତସିଂହପୁରରେ ରାତି ୯ଟା ୪୫ରେ ଘଣ୍ଟା ପ୍ରତି ୩୯ କିମି ବେଗରେ ପବନ ହୋଇଥିବା ସୂଚନା ରହିଛି। 

ଶନିବାର ଅପରାହ୍ନରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଯାଜପୁର, ଢେଙ୍କାନାଳ, କଟକ ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହୋଇଥିଲା କାଳବୈଶାଖୀ ପ୍ରଭାବରେ ଏବର୍ଷ ସାରା ରାଜ୍ୟରେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ତାତି କମ୍ ରହିଛି। ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି | ୧୨ଟି ଜିଲ୍ଲାରେ ଅତ୍ୟଧିକ, ୧୦ଟି ଜିଲ୍ଲାରେ ଅଧିକ ଓ ୩ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ରେକର୍ଡ ହୋଇଛି। ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ମେ ମାସ ପ୍ରଥମ ସପ୍ତାହରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ତାତି କମ୍ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Add Zee News as a Preferred Source

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରିରହିବ ବିଶେଷକରି ମେ ୪ ଓ ୫ ତାରିଖରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହିତ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳ ଓ ଏହା ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାକୁ ଥିବାରୁ ୟେଲୋ ୱାଣ୍ଡିଂ ଦିଆଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ| ଦିନଗୁଡ଼ିକରେ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ।

About the Author