ମୋଦି ସରକାରଙ୍କ ପାଇଁ ଅଶୁଭ ପାଲଟିଛି ଅକ୍ଟୋବର, ଏହି ୬ଟି ଝଟକାରୁ ବଢ଼ିଛି ଚିନ୍ତା
topStories0hindi584218

ମୋଦି ସରକାରଙ୍କ ପାଇଁ ଅଶୁଭ ପାଲଟିଛି ଅକ୍ଟୋବର, ଏହି ୬ଟି ଝଟକାରୁ ବଢ଼ିଛି ଚିନ୍ତା

ବିଶାଳ ଜନ ସମର୍ଥନ ପାଇଁ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲେ ମୋଦି ସରକାର । କିନ୍ତୁ କ୍ଷମତାରେ ଫେରିବା ପରେ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାରେ ସଫଳ ହୋଇ ପାରୁନି ସରକାର । ଦେଶର ଅର୍ଥ ବ୍ୟବସ୍ଥା ନେଇ କ୍ରମାଗତ ଦୁର୍ବଳ ହେବାକୁ ଲାଗିଛି । ବିଗତ ଦିନରେ ୫ ପ୍ରତିଶତକୁ ଖସି ଆସିଥିଲା ଦେଶର ଆର୍ଥିକ ବିକାଶ ଦର ବା ଜିଡିପି ।

  • ସାତ ବର୍ଷର ଖରାପ ପରିସ୍ଥିତି ମଧ୍ୟରେ ଗତି କରୁଛି ଔଦ୍ୟୋଗିକ ଉତ୍ପାଦନ
  • ଅଟୋ ସେକ୍ଟରରେ କ୍ରମାଗତ ମାନ୍ଦାବସ୍ଥା
  • ମୁଡିଜ୍ ହ୍ରାସ କଲେ ଜିଡିପ ବୃଦ୍ଧିର ପରିମାଣ
  • ଜିଏସଟି କଲେକଶନରେ ଆସିଛି ହ୍ରାସ
  • ୱର୍ଲ୍ଡ ଇକୋନୋମିକ ଫୋରମ ରାଙ୍କିଙ୍ଗରେ ଖସିଛି ଭାରତ
  • ଆଇଏମଏଫ ମଧ୍ୟ ଦେଇଛି ଚେତାବନୀ

Trending Photos

ମୋଦି ସରକାରଙ୍କ ପାଇଁ ଅଶୁଭ ପାଲଟିଛି ଅକ୍ଟୋବର, ଏହି ୬ଟି ଝଟକାରୁ ବଢ଼ିଛି ଚିନ୍ତା

ତମାଲ ବାକଚି, ନୂଆଦିଲ୍ଲୀ: ବିଶାଳ ଜନ ସମର୍ଥନ ପାଇଁ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲେ ମୋଦି ସରକାର । କିନ୍ତୁ କ୍ଷମତାରେ ଫେରିବା ପରେ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାରେ ସଫଳ ହୋଇ ପାରୁନି ସରକାର । ଦେଶର ଅର୍ଥ ବ୍ୟବସ୍ଥା ନେଇ କ୍ରମାଗତ ଦୁର୍ବଳ ହେବାକୁ ଲାଗିଛି । ବିଗତ ଦିନରେ ୫ ପ୍ରତିଶତକୁ ଖସି ଆସିଥିଲା ଦେଶର ଆର୍ଥିକ ବିକାଶ ଦର ବା ଜିଡିପି । ଏହାସହ ଅଟୋ ସେକ୍ଟରରେ ମଧ୍ୟ କ୍ରମାଗତ ମାନ୍ଦାବସ୍ଥା ଜାରି ରହିଛି । ଏହାସହ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହା ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଅକ୍ଟୋବର ମାସ ମୋଦି ସରକାରଙ୍କ ପାଇଁ ଅତ୍ୟନ୍ତ ନିରାଶଜନକ ରହିଛି । ଏହି ମାସରେ ବର୍ତ୍ତମାନ ଯାଏ ଅର୍ଥବ୍ୟବସ୍ଥା ଦିଗରୁ ଆସୁଥିବା ଖବର ବହୁତ ଶୋଚନୀୟ କହିଲେ ଚଳେ । ଏଥିରୁ ଜଣାପଡ଼ି ଯାଉଛି ଦେଶର ଖରାପ ଅର୍ଥବ୍ୟବସ୍ଥାର କାହାଣୀ । ଏହାସହ ବଢ଼ି ବଢ଼ି ଚାଲିଛି ମୋଦି ସରକାରଙ୍କ ଚିନ୍ତା । ଆସନ୍ତୁ ଜାଣିବା ବର୍ତ୍ତମାନ ସମୟର ଅର୍ଥବ୍ୟବସ୍ଥା ସମ୍ବନ୍ଧୀୟ ୬ଟି ତାଜା ତଥ୍ୟ ବିଷୟରେ ।

Will economic slowdown have any impact on brand Modi?

୧. ସାତ ବର୍ଷର ଖରାପ ପରିସ୍ଥିତି ମଧ୍ୟରେ ଗତି କରୁଛି ଔଦ୍ୟୋଗିକ ଉତ୍ପାଦନ: ବର୍ତ୍ତମାନ ସମୟରେ ଔଦ୍ୟୋଗିକ ଉତ୍ପାଦନର ବିକାଶ ହାରକୁ ଦେଖିଲେ ଆମେ ଜାଣିପାରିବା ଯେ ଭାରତୀୟ ଅର୍ଥବ୍ୟବସ୍ଥା ଶୋଚନୀୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।  ଅଗଷ୍ଟ ମାସରେ ଔଦ୍ୟୋଗିକ ଉତ୍ପାଦନ ୧.୧ ପ୍ରତିଶତ ହ୍ରାସ ପାଇଥିଲା । ଏହା ଔଦ୍ୟୋଗିକ ଉତ୍ପାଦନ କ୍ଷେତ୍ରରେ ବିଗତ ୭ ବର୍ଷର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ଏହାର ମୁଖ୍ୟ କାରଣ ବିଜୁଳି ଓ ଖଣିଜ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଏପରି ହୋଇଛି ।

୨. ଅଟୋ ସେକ୍ଟରରେ କ୍ରମାଗତ ମାନ୍ଦାବସ୍ଥା: ମୋଦି ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଅଟୋ ସେକ୍ଟରରୁ ମାନ୍ଦାବସ୍ଥା ଦୂର ହୋଇପାରୁ ନାହିଁ । ବାହନ ନିର୍ମାତା କମ୍ପାନୀର ସଙ୍ଗଠନ ସିୟାମ (ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋ ମୋବାଇଲ ମ୍ୟାନୁଫେକ୍ଚରର୍ସ)ର କହିବାଅନୁଯାୟୀ, ସେପ୍ଟମ୍ବରରେ କାର ବିକ୍ରି ସଂଖ୍ୟା ପୁଣି ହ୍ରାସ ପାଇଛି । ସିୟାମର ତଥ୍ୟ ଅନୁସାରେ, ଯାତ୍ରୀବାହୀ ବାହନଗୁଡ଼ିକର ବିକ୍ରିରେ ୨୩.୬୯ ପ୍ରତିଶତ ହ୍ରାସ ପାଇଛି । ସେହିପରି ବାଣିଜ୍ୟିକ ବାହନଗୁଡ଼ିକର ବିକ୍ରିରେ ୬୨.୧୧ ପ୍ରତିଶତ ହ୍ରାସ ଦେଖା ଦେଇଛି । କ୍ରମାଗତ ୧୦ ମାସ ଧରି ଅଟୋ ସେକ୍ଟରରେ ଏହି ମାନ୍ଦାବସ୍ଥା ଜାରି ରହିଛି ।

୩. ମୁଡିଜ୍ ହ୍ରାସ କଲେ ଜିଡିପ ବୃଦ୍ଧିର ପରିମାଣ: କ୍ରେଡିଟ ରେଟିଂ ଏଜେନ୍ସି ମୁଡିଜ ଭାରତର ଜିଡିପି ବୃଦ୍ଧି ହାରକୁ ପୁଣିଥରେ ହ୍ରାସ କରିଛି । ତାଜା ରିପୋର୍ଟରେ ମୁଡିଜ କହିଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ରେ ଭାରତର ଜିଡିପି ବୃଦ୍ଧି ହାର ୫.୮ ପ୍ରତିଶତ ରହିବ । ଏହାପୂର୍ବରୁ ମୁଡିଜ କହିଥିଲା ଯେ ଭାରତର ଜିଡିପି ବୃଦ୍ଧି ହାର ୬.୨ ରହିବ। ବର୍ତ୍ତମାନର ପରିସ୍ଥିତକୁ ଦେଖିଲେ ଭାରତର ଜିଡିପି ବୃଦ୍ଧି ହାର ୫ ପ୍ରତିଶତକୁ ଖସିଛି । ଏହାସହ ମୁଡିଜ ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ କଡ଼ା ଚେତାବନୀ ମଧ୍ୟ ଜାରି କରିଛି । ଏପରି ପରିସ୍ଥିତି କ୍ରମାଗତ ଜାରି ରହିଲେ ସରକାରଙ୍କ ରାଜକୋଷୀୟ ବ୍ୟୟ କମ କରିବାର ପ୍ରୟାସ ଉପରେ କଡ଼ା ଝଟକା ଲାଗିପାରେ ।

୪. ଜିଏସଟି କଲେକଶନରେ ଆସିଛି ହ୍ରାସ: ନିକଟ ଅତୀତରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଆଦାୟର ପରିମାଣ ଜାରି କରାଯାଇଥିଲା । ସେପ୍ଟମ୍ବରରେ ଜିଏସଟି ଆଦାୟ ପରିମାଣ ୯୧,୯୧୬ କୋଟି ଟଙ୍କା ରହିଥିଲା । ଏହାପୂର୍ବରୁ ଅଗଷ୍ଟରେ ଏହାର ପରିମାଣ ୯୮,୨୦୩ କୋଟି ଟଙ୍କା ଥିଲା । ଏହାର ଅର୍ଥ ସେପ୍ଟମ୍ବରରେ ଜିଏସଟି ଆଦାୟ ପରିମାଣରେ ୬୨୮୭ କୋଟି ଟଙ୍କାର ହ୍ରାସ ଦେଖା ଦେଇଛି ।

୫. ୱର୍ଲ୍ଡ ଇକୋନୋମିକ ଫୋରମ ରାଙ୍କିଙ୍ଗରେ ଖସିଛି ଭାରତ: ନିକଟ ଅତୀତରେ ୱର୍ଲ୍ଡ ଇକୋନୋମିକ ଫୋରମ(ଡବ୍ଲୁଇଏଫ)ରେ ମଧ୍ୟ ଭାରତକୁ ଜରଦାର ଲାଗିଛି ଝଟକା । ଏହି ତାଲିକାରେ ଭାରତ ୧୦ଟି ସ୍ଥାନ ଖସି ତଳକୁ ଆସିଯାଇଛି । ଗ୍ଲୋବାଲ କମ୍ପିଟିଟିଭ ଇନଡେକ୍ସରେ ଗତବର୍ଷ ଭାରତ ୫୮ତମ ସ୍ଥାନରେ ରହିଥିଲା, କିନ୍ତୁ ଚଳିତ ବର୍ଷ ଭାରତ ୬୮ତମ ସ୍ଥାନକୁ ଖସି ଆସିଛି । ଏହି ତାଲିକାରେ ଚୀନ ୨୮ତମ ସ୍ଥାନରେ ରହିଛି ।

୬. ଆଇଏମଏଫ ମଧ୍ୟ ଦେଇଛି ଚେତାବନୀ: ଭାରତୀୟ ଅର୍ଥବ୍ୟବସ୍ଥାର ପରିସ୍ଥିତିକୁ ଦେଖି ଅର୍ନ୍ତଜାତୀୟ ମୁଦ୍ରା କୋଷ(ଆଇଏମଏଫ) ମଧ୍ୟ ଚିନ୍ତା ବ୍ୟକ୍ତ କରିଛି । ଆଇଏମଏଫ ପ୍ରମୁଖ କ୍ରିଷ୍ଟାଲିନା ଜୋର୍ଜିଏବା କହିଛନ୍ତି ଯେ, ଆମେରିକା, ଜାପାନ ପରି ବିକଶିତ ଦେଶର ଆର୍ଥିକ ଗତିବିଧିରେ ମାନ୍ଦାବସ୍ଥା ଦେଖା ଦେଇଛି । ଅନ୍ୟପକ୍ଷେ ଭାରତ ଓ ବ୍ରାଜିଲ ପରି ଦେଶର ଆର୍ଥିକ ଗତିରେ ମଧ୍ୟ ମନ୍ଥର ଅବସ୍ଥା ଦେଖା ଦେଇଛି ।

Indian Economy Growth

Trending news