close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆସୁଛନ୍ତି ଚୀନ ରାଷ୍ଟ୍ରପତି ଶି-ଜିନପିଙ୍ଗ

ଆସନ୍ତା କାଲିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ ରାଷ୍ଟ୍ରପତି ଶି-ଜିନପିଙ୍ଗ୍ । ଆସନ୍ତା କାଲି ଦିନ ୧ଟା ୨୦ ମିନିଟ ସମୟରେ ଚେନ୍ନାଇ ବିମାନ ବନ୍ଦରରେ ପହଁଞ୍ଚିବେ ଚୀନ ରାଷ୍ଟ୍ରପତି ଶି-ଜିନପିଙ୍ଗ । ବିମାନ ବନ୍ଦରରେ ପହଁଞ୍ଚିବା ପରେ ପାରମ୍ପରିକ ଭାବେ ସ୍ୱାଗତ କରାଯିବକୁ ଥିବା ବେଳେ ସଂନ୍ଧ୍ୟା ୫ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି ।

ଅକ୍ଟୋବର ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଶି-ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱି ପାକ୍ଷିକ ଆଲୋଚନା ହେବ ବୋଲି ଜଣା ପଡିଛି । ଦ୍ୱି ପାକ୍ଷିକ ଆଲୋଚନା ସମୟରେ ଉଭୟ ରାଷ୍ଟ୍ରର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଶି-ଜିନପିଙ୍ଗ ମଧ୍ୟରେ ହେବାକୁ ଥିବା ଦ୍ୱି-ପାକ୍ଷିକ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ଆତଙ୍କବାଦ । ଅକ୍ଟୋବର ୧୨ରେ ମହାବଳିପୁରମରେ ଭାରତ-ଚୀନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅନଔପଚାରିକ ଶିଖର ବୈଠକରେ ଦୁଇ ଦେଶ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଆତଙ୍କବାଦ ବିରୋଧୀ ମୁକାବିଲା, ବ୍ୟବସାୟ, ଜାତି ସଂଘ ସୁରକ୍ଷା ପରିଷଦରେ ସୁଧାର ଏବଂ ବିଶ୍ୱ ବ୍ୟାପାର ସଂଗଠନର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ଛଡା ଉଭୟ ଦେଶର ସାଂସ୍କୃତିକ ଓ କଳାର ବିକାଶ ପାଇଁ ମଧ୍ୟ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ମିଳିଛି ।
ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଚୀନ ପ୍ରତ୍ୟେକ୍ଷ ଭାବେ ବିରୋଧ କରିନଥିଲେ ପରୋକ୍ଷ ଭାବେ ପାକିସ୍ତାନକୁ ସମର୍ଥନ କରୁଛି । ତେଣୁ ଚୀନ ରାଷ୍ଟ୍ରପତି ଶି-ଜିନପିଙ୍ଗଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଥିବା ଜଣାପଡିଛି ।  
ତେବେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶିଖର ବୈଠକରେ ଭାରତର ବୈଦେଶୀକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବି ସାମିଲ ହେବାକୁ ଥିବା ବେଳେ ଚୀନ ପକ୍ଷରୁ ମଧ୍ୟ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସାମିଲ ହେବା ନେଇ ସୂଚନା ମିଳିଛି ।
ମହାବଳିପୁରମରେ ପିଏମ ମୋଦି ଏବଂ ଚୀନ ରାଷ୍ଟ୍ରପତି ଶି-ଜିନପିଙ୍ଗଙ୍କ ମଧ୍ୟରେ ୧୨ ତାରିଖ ଆଲୋଚନା ହେବା ପରେ ସେହି ଦିନ ୨ ଘଟିକାରେ ଚୀନ ରାଷ୍ଟ୍ରପତି ସ୍ୱଦେଶ ଫେରିଯିବେ ବୋଲି ଜଣା ପଡିଛି ।