ନିର୍ଭୟା ମାମଲା: ଏହି ଦୋଷୀଙ୍କୁ ହେବନି ଫାଶୀ, ଦାୟୀ ରହିବ ତିହାର
Advertisement

ନିର୍ଭୟା ମାମଲା: ଏହି ଦୋଷୀଙ୍କୁ ହେବନି ଫାଶୀ, ଦାୟୀ ରହିବ ତିହାର

ସୋମବାର ନିର୍ଭୟା ଅଭିଯୁକ୍ତଙ୍କ ପାଇଁ ତୃତୀୟ ଥର ମୃତ୍ୟୁ ପରଓ୍ୱାନା ଜାରି କରାଯାଇଛି। ଯଦି ଧାର୍ଯ୍ୟ ହୋଇଥିବା ତାରିଖରେ ଫାଶୀ ଦିଆଯାଉଛି, ତେବେ ଅଭିଯୁକ୍ତଙ୍କ ନିକଟରେ ଆଉ ମାତ୍ର ୧୪ ଦିନର ସମୟ ରହିଛି। ଏହି ୧୪ ଦିନ ମଧ୍ୟରେ ସେମାନଙ୍କର ସମସ୍ତ କାର୍ଯ୍ୟ ଶେଷ କରିବାକୁ ହେବ। ମାତ୍ର ଏଭଳି ହେବାନେଇ ସନ୍ଦେହ ଜାତ ହୋଇଛି। କାରଣ ଅଭିଯୁକ୍ତ ବିନୟ ନିକଟରେ ଏବେବି ଆହୁରି ଦୁଇଟି ବିକଳ୍ପ ବାକି ରହିଛି। 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସୋମବାର ନିର୍ଭୟା ଅଭିଯୁକ୍ତଙ୍କ ପାଇଁ ତୃତୀୟ ଥର ମୃତ୍ୟୁ ପରଓ୍ୱାନା ଜାରି କରାଯାଇଛି। ଯଦି ଧାର୍ଯ୍ୟ ହୋଇଥିବା ତାରିଖରେ ଫାଶୀ ଦିଆଯାଉଛି, ତେବେ ଅଭିଯୁକ୍ତଙ୍କ ନିକଟରେ ଆଉ ମାତ୍ର ୧୪ ଦିନର ସମୟ ରହିଛି। ଏହି ୧୪ ଦିନ ମଧ୍ୟରେ ସେମାନଙ୍କର ସମସ୍ତ କାର୍ଯ୍ୟ ଶେଷ କରିବାକୁ ହେବ। ମାତ୍ର ଏଭଳି ହେବାନେଇ ସନ୍ଦେହ ଜାତ ହୋଇଛି। କାରଣ ଅଭିଯୁକ୍ତ ବିନୟ ନିକଟରେ ଏବେବି ଆହୁରି ଦୁଇଟି ବିକଳ୍ପ ବାକି ରହିଛି। 

ବିନୟ ନିକଟରେ ବର୍ତ୍ତମାନ ସୁଦ୍ଧା ଦୁଇଟି ବିକଳ୍ପ ରହିଛି। ଗୋଟିଏ କ୍ୟୁରେଟିଭ ପିଟିସନ ଥିବା ବେଳେ ଅନ୍ୟଟି ରାଜକ୍ଷମା ଆବେଦନ। ନ୍ୟାୟିକ ବ୍ୟବସ୍ଥା କହୁଛି ଯଦି କ୍ୟୁରେଟିଭ ପିଟିସନ କିମ୍ବା ରାଜକ୍ଷମା ଆବେଦନ କରାଯାଉଛି, ତେବେ ପୁଣି ଥରେ ଡେଥ ଓ୍ୱାରେଣ୍ଟ ଉପରେ ରୋକ ଲାଗିବ। ଫଳରେ ଫାଶୀର ତାରିଖ ପୁଣି ଥରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। 

ତେବେ ପଟିଆଲା ହାଉସ କୋର୍ଟ ଆସନ୍ତା ୩ ତାରିଖରେ ଫାଶୀପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ମାତ୍ର ବିନୟ କ୍ୟୁରେଟିଭ କିମ୍ବା ରାଜକ୍ଷମା ଆବେଦନ କରିବ କି ନାହିଁ ଆଇନଜୀବୀ ରବି କାଜି ସ୍ପଷ୍ଟ କରିନାହାନ୍ତି। ତେବେ ଫାଶୀର ତାରିଖ ଘୁଞ୍ଚାଇବା ପାଇଁ ବିନୟ ପ୍ରୟାସ କରିବ ବୋଲି ସୂଚନା ମିଳିଛି। ସେପଟେ ନିର୍ଭୟାର ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ବିନୟ ଓ ଅକ୍ଷୟଙ୍କ ସମସ୍ତ ନ୍ୟାୟିକ ବ୍ୟବସ୍ଥା ଶେଷ ହୋଇଛି। ଫଳରେ ଏ ସମସ୍ତଙ୍କ ନଜର ବର୍ତ୍ତମାନ ପବନ ଉପରେ ରହିଛି। 

ତେବେ ଏହା ପୂର୍ବରୁ ଓକିଲ ଏପି ସିଂ କୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ଜାନୁଆରୀ ୭ ଓ ୧୭ ତାରିଖରେ ଦୁଇଟି ଡେଥ ଓ୍ୱାରେଣ୍ଟ ଉପରେ ରୋକ ଲଗାଇଥିଲେ। ଫଳରେ ଜାନୁଆରୀ ୨୨ ଓ ଫେବୃଆରୀ ୧ ତାରିଖରେ ହେବାକୁ ଥିବା ଦୁଇଟି ଫାଶୀର ତାରିଖ  ଘୁଞ୍ଚିଥିଲା। ତେବେ ନ୍ୟାୟିକ ବ୍ୟବସ୍ଥାର ସାହାରା ନେଉଥିବା କାରଣରୁ ପଟିଆଲା ହାଉସ କୋର୍ଟ ଏହି ଡେଥ ଓ୍ୱାରେଣ୍ଟ ଉପରେ ରୋକ ଲଗାଇଥିଲେ। 

ସେପଟେ ଜେଲ ନିୟମ କହୁଛି ଯେ, ଏକରୁ ଅଧିକ ଅଭିଯୁକ୍ତଙ୍କୁ ଏକ ସଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଯେତେବେଳେ ଫାଶୀର ତାରିଖ ଧାର୍ଯ୍ୟ କରାଯାଏ, ସେତେବେବେଳେ ଅଦାଲତ ଅଭିଯୁକ୍ତମାନଙ୍କୁ ନ୍ୟାୟିକ ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ୧୪ ଦିନର ସମୟ ଦେଇଥାନ୍ତି। ଫଳରେ ଏହା ମଧ୍ୟରେ ଅଭିଯୁକ୍ତମାନେ କ୍ୟୁରେଟିଭ କିମ୍ବା ରାଜକ୍ଷମା ଆବେଦନ କରନ୍ତି, ସେତେବେଳେ ଫାଶୀର ତାରିଖ ଘୁଞ୍ଚିଥାଏ। ତେବେ ଏହି ନିୟମ ଆଧାରରେ ପୁନର୍ବାର ବିନୟ କ୍ୟୁରେଟିଭ କିମ୍ବା ରାଜକ୍ଷମା ଆବେଦନ କରନ୍ତି ତେବେ ଫାଶୀର ତାରିଖ ପୁନର୍ବାର ଘୁଞ୍ଚିବାର ସମ୍ଭାବନା ରହିଛି। 

 

Trending news