କୋରୋନା ଭାଇରସ ଯୋଗୁଁ ବେଲଜିୟମ୍ ଗସ୍ତ ରଦ୍ଦ କଲେ ପିଏମ ମୋଦି
Advertisement

କୋରୋନା ଭାଇରସ ଯୋଗୁଁ ବେଲଜିୟମ୍ ଗସ୍ତ ରଦ୍ଦ କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ରସେଲ୍ସ ଗସ୍ତକୁ ପୁନନିର୍ଦ୍ଧାରିତ କରାଯାଇଛି । ଭାରତ-ୟୁରୋପୀୟ ୟୁନିଅନ୍ ସମ୍ମିଳନୀକୁ ସ୍ଥଗିତ କରିବା ଉପରେ କୁହାଯାଇଛି ଯେ, ଆମେ ପରସ୍ପରର ଦେଶକୁ ଯାତ୍ରା କରିବା ଉଚିତ୍ ନୁହେଁ । ଏଥି ସହିତ ବାଂଲାଦେଶ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ଗସ୍ତ ହେବ । ଆଗାମୀ ଦିନରେ ଏହା ଉପରେ ସୂଚନା ପ୍ରଦାନ କରାଯିବ ।

କୋରୋନା ଭାଇରସ ଯୋଗୁଁ ବେଲଜିୟମ୍ ଗସ୍ତ ରଦ୍ଦ କଲେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲଜିୟମ ଗସ୍ତକୁ ସ୍ଥଗିତ କରି ଦେଇଛନ୍ତି । କୋରୋନା ଭାଇରସ ବିପଦକୁ ଦୃଷ୍ଟିରେ ରଖି ପିଏମ ମୋଦି ଏହି ନିଷ୍ପତ୍ତି ନେଇଛନ୍ତି । ଭାରତ-ୟୁରୋପୀୟ ୟୁନିଅନ ସମ୍ମିଳନୀରେ ଭାଗ ନେବାକୁ ପିଏମ ମୋଦୀ ବେଲଜିୟମର ରାଜଧାନୀ ବ୍ରସେଲ୍ସ ଯିବାର ଥିଲା । ଏହି ସମ୍ମିଳନୀକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୧୩ରେ ଭାରତ-ୟୁରୋପୀୟ ସଂଘ ସମ୍ମିଳନୀ ଅନୁଷ୍ଠିତ ହେବାର ଥିଲା । ସମ୍ମିଳନୀର ନୂତନ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ଗୁରୁବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ରସେଲ୍ସ ଗସ୍ତକୁ ପୁନନିର୍ଦ୍ଧାରିତ କରାଯାଇଛି । ଭାରତ-ୟୁରୋପୀୟ ୟୁନିଅନ୍ ସମ୍ମିଳନୀକୁ ସ୍ଥଗିତ କରିବା ଉପରେ କୁହାଯାଇଛି ଯେ, ଆମେ ପରସ୍ପରର ଦେଶକୁ ଯାତ୍ରା କରିବା ଉଚିତ୍ ନୁହେଁ । ଏଥି ସହିତ ବାଂଲାଦେଶ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ଗସ୍ତ ହେବ । ଆଗାମୀ ଦିନରେ ଏହା ଉପରେ ସୂଚନା ପ୍ରଦାନ କରାଯିବ ।

ବୁଧବାର ବ୍ରସେଲ୍ସରେ କରୋନା ଜୀବାଣୁର ଦଶଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ବେଲଜିୟମରେ କୋରୋନା ପୋଜିଟିଭ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ୟୁରୋପୀୟ ଅଧିକାରୀଙ୍କ ଅନୁଯାୟୀ, ବ୍ରସେଲ୍ସରେ ୟୁରୋପୀୟ ୟୁନିଅନ୍ ପ୍ରଶାସନର ଅତି କମରେ ଦୁଇଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍ ବୋଲି ଜଣାପଡିଛି । ସେମାନେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଫେରି ଆସିଥିଲେ । ଦ୍ୱିତୀୟ ବ୍ୟକ୍ତି ୟୁରୋପୀୟ ପରିଷଦର ସୁରକ୍ଷା ଅଧୀନରେ କାମ କରୁଥିଲେ । ସେ ଇଟାଲୀରୁ ଫେରିଥିବା ବ୍ୟକ୍ତିଙ୍କ ସ୍ପର୍ଶରେ ଆସିଥିଲେ ।

Trending news