ବର୍ତ୍ତମାନ ଦେଶର ଶ୍ରେଷ୍ଠ ୫୦୦ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିବା ବ୍ୟକ୍ତିମାନେ ମାସକୁ ୫୦୦୦ ଟଙ୍କା ଲେଖାଁଏ ପାଇବେ
ଏହା ବ୍ୟତୀତ ୬୦୦୦ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ
ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୪.୧ କୋଟି ନୂତନ ନିଯୁକ୍ତି ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି
ଏଥିପାଇଁ ଅର୍ଥମନ୍ତ୍ରୀ ୨ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି
ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ ଏହା ଯୁବକମାନଙ୍କୁ ଏକ ଭଲ ପରିବେଶ ଯୋଗାଇବ
ଏହି କମ୍ପାନୀଗୁଡିକ ସେମାନଙ୍କର CSR ବଜେଟର ୧୦ ପ୍ରତିଶତ ଏହିପରି କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବେ
ଏହା ପଛରେ ସରକାର ଦକ୍ଷତା ବିକାଶ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି
ମଙ୍ଗଳବାର ଦିନ ମୋଦି ୩.୦ ବଜେଟରେ ଅର୍ଥମନ୍ତ୍ରୀ ଏହି ସବୁ ଘୋଷଣା କରିଛନ୍ତି