ଆପଣ ଅଏଲ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ ଯାଇ ନିଯୁକ୍ତି ପାଇଁ ତୁରନ୍ତ ଆବେଦନ କରିପାରିବେ।
ଅଏଲ୍ ଇଣ୍ଡିଆ ବିଜ୍ଞପ୍ତି ଅନୁସାରେ, ଭୂତତ୍ତ୍ୱବିତ୍, ସିଭିଲ୍ ଇଞ୍ଜିନିୟର ଏବଂ ଷ୍ଟୋର୍ ଅଫିସର ପଦବୀ ପାଇଁ ଖାଲି ପଦବୀ ରହିଛି ।
ଏଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି।
ଆପଣ ଜାଣି ରଖିବା ଉଚିତ ଯେ, ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ମାର୍ଚ୍ଚ ୨୦୨୫ ।
ବିଜ୍ଞପ୍ତି ଅନୁଯାୟୀ ସିଭିଲ୍ ଇଞ୍ଜିନିୟର ପାଇଁ (୧ ପଦବୀ), ଷ୍ଟୋର ଅଫିସର ପାଇଁ (୧ ପଦବୀ) ଭୂତତ୍ତ୍ୱବିତ୍ ପାଇଁ (୨ ପଦବୀ) ବାହାରିଛି । କହିବାକୁ ଗଲେ ମୋଟ ପଦବୀ ସଂଖ୍ୟା ରହିଛି ୪
ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୨୪ ବର୍ଷ ଏବଂ ସର୍ବାଧିକ ୫୦ ବର୍ଷ ମଧ୍ୟରେ ରହିବା ଉଚିତ।
ସିଭିଲ୍ ଇଞ୍ଜିନିୟରଙ୍କ ଦରମା ମାସିକ ୭୦,୦୦୦ ଟଙ୍କା, ଭୂତତ୍ତ୍ୱବିତଙ୍କ ଦରମା ମାସିକ ୮୦,୦୦୦ ଟଙ୍କା, ଷ୍ଟୋର ଅଫିସରଙ୍କ ଦରମା ମାସିକ ୮୫,୦୦୦ ଟଙ୍କା ରହିଛି ।
ଅଏଲ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉକ୍ତ ସମସ୍ତ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ୱାକ୍-ଇନ୍ ଇଣ୍ଟରଭିୟୁ ଆଧାରରେ କରାଯିବ।