'ଚିଠି ଆୟି ହେ' ଗୀତରୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗାୟକ ପଙ୍କଜ ଉଦାସଙ୍କୁ ଚଳିତ ବର୍ଷ ଦେଶ ହରାଇଛି।
ସତ୍ୟମେବ ଜୟତେ-୨ରେ ନିଜର ନିଖୁଣ ଅଭିନୟ ବଳରେ ସିନେପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଋତୁରାଜ ସିଂହଙ୍କର ଗତ ଏପ୍ରିଲ ମାସରେ ଦେହାନ୍ତ ହୋଇଥିଲା।
ଦଙ୍ଗଲ ସିନେମାରେ ଅଭିନୟ ବଳରେ ବେଶ ପ୍ରଶଂସା ସାଉଣ୍ଟିଥିବା ସୁହାନୀ ଭଟନାଗର ମାତ୍ର ୧୯ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ।
ହାସ୍ୟ ଅଭିନେତା ଅତୁଲ ପରଚୁରେଙ୍କୁ ମଧ୍ୟ ଦେଶ ୨୦୨୪ ଆରମ୍ଭରୁ ହରାଇଥିଲା।
ଭୋଜପୁରୀ ତଥା ବଲିଉଡର ପ୍ରତିଷ୍ଠିତ ଗାୟିକା ଶାରଦା ସିହ୍ନାଙ୍କୁ ମଧ୍ୟ ଦେଶ ବର୍ଷ ଆରମ୍ଭରୁ ହରାଇଥିଲା।
ବର୍ଷର ଅନ୍ତିମ ଭାଗରେ ତାବଲା ବାଦକ ଜାକିର ହୁସେନଙ୍କୁ ହରାଇ ଶୋକରେ ବୁଡିଥିଲା ଦେଶ।
ସେହିପରି ବଲିଉଡ଼ ଦୁନିଆର ପ୍ରତିଷ୍ଠିତ ଫ୍ୟାସନ ଡିଜାଇନର ରୋହିତ ବଳଙ୍କର ଗତ ଅଗଷ୍ଟ ମାସରେ ଦେହାନ୍ତ ହୋଇଥିଲା।
ସିନେ ନିର୍ମାତା କୁମାର ସାହାଣୀଙ୍କର ମଧ୍ୟ ଗତ ଫେବୃଆରୀ ମାସରେ ମୃତ୍ୟୁ ହୋଇଥିଲା।
ଛୋଟ ପରଦାର ବଡ଼ ଅଭିନେତା ବିକାଶ ସେଠୀଙ୍କର ମଧ୍ୟ ହୃଦଘାତ କାରଣରୁ ଗତ ଜୁଲାଇ ମାସରେ ମୃତ୍ୟୁ ହୋଇଥିଲା।