Sonali Panda: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ତାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା...

Apr 18, 2025, 10:55 AM IST

Narmada Behera

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ତା।

ସୋନାଲିଙ୍କ ପ୍ରକୃତ ନାଁ ହେଉଛି କାଗିଜି ପଲାଇ। ତାଙ୍କର ଅଭିନୟ ଦର୍ଶକଙ୍କୁ ବନ୍ଧି ରଖେ। 

ନିକଟରେ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷତ୍ର ପ୍ରସାଦ ସାମନ୍ତ ସିଂହାର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି ଯେ, ସୋନାଲିଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ଜୋରଜବଦସ୍ତ ଯାତ୍ରାରେ ରଖିଛନ୍ତି। 

ଏମିତିକି ସୋନାଲି ନିଜ କୁନି ପୁଅ ସହ ବି ଦେଖା କରିବାକୁ ଛାଡୁ ନାହାଁନ୍ତି। 

ଯେତେବେଳେ ମୁଁ ମ୍ୟାନେଜର ଥିଲି , ସେତେବେଳେ ତାଙ୍କୁ ତୁଳସୀ ଗଣନାଟ୍ୟକୁ ଆସିଥିଲି।

ହେଲେ ଯାତ୍ରାପାଟି ମାଲିକ ତାଙ୍କୁ ଲୋଭ ଦେଖାଇ ସୋନାଲିଙ୍କୁ ନିଜ ପରିବାର ଠାରୁ ଅଲଗା କରିଛନ୍ତି। 

ସେପେଟ, ସୋନାଲି ମଧ୍ୟ ନିଜ ସ୍ବାମୀଙ୍କ ଅଭିଯୋଗକୁ ଖଣ୍ତନ କରିଛନ୍ତି। ସେ କହିଛନ୍ତି ଅଭିଯୋଗ ଭିତ୍ତିହୀନ।

୨୦୧୩ ରେ ଶ୍ରୀକ୍ଷେତ୍ରଙ୍କ ସହ ପ୍ରେମ ବିବାହ ହୋଇଥିଲା। ପରେ ସେ ମୋତେ ଛାଡି ଦେଇଥିଲେ। 

ଶ୍ରୀକ୍ଷେତ୍ରଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ରହିଛି। ସେ ମୋତେ ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି। 

ସୋନାଲି ଦିର୍ଘ ବର୍ଷ ହେବ ତୁଳସୀ ଗଣନାଟ୍ୟରେ କାର୍ଯ୍ୟ କରୁଛନ୍ତି। ଅଶ୍ବିନୀ ଓ ପିୟୁଷଙ୍କ ସହ ତାଙ୍କୁ ଯାତ୍ରାରେ ଦେଖିବାକୁ ମିଳେ।