ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ହେଉ କି ବିବାଦୀୟ ବୟାନ୍ ପାଇଁ ସେ ଚର୍ଚ୍ଚାରେ ଥାଆନ୍ତି।
ସେ ନିଜକୁ ଓଡି଼ଶାର 'ସନି ଲିଓନି' ବୋଲି କୁହନ୍ତି।
ନିଶାଙ୍କ ପ୍ରକୃତ ନାଁ ହେଉଛି ଝିଲ୍ଲି ମଲ୍ଲିକ୍ । ଏବଂ ତାଙ୍କ ଘର କେନ୍ଦ୍ରାପଡାରେ ବୋଲି ସେ କୁହନ୍ତି।
ଗତ କିଛି ଦିନ ତଳେ ଖବର ଆସିଥିଲା ଯେ, ନିଶାଙ୍କ ଅଶ୍ଲିଳତା ପାଇଁ ତାଙ୍କ ପରିବାର ଲୋକେ ଗାଁ ଛାଡିଥିଲେ।
ନିଶା ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ଥାଆନ୍ତି।
କିଛି ଫ୍ୟାନ୍ସ ତାଙ୍କୁ ଭଲ ପାଉଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ୍ କରନ୍ତି।
ନିଶା ଜଣେ ଦରଦି ମଣିଷ। ଅସହାୟଙ୍କୁ ସାହାର୍ଯ୍ୟ କରିଥାଆନ୍ତି।
ଗରିବଙ୍କ ସୁଖରେ ଦୁଃଖରେ ଠିଆ ହେଉଥିବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।
ତେବେ, ନିଶାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ କୌଣସି ଖବର ଆମ ପାଖରେ ନାହିଁ।
ହେଲେ ସେ ଇଞ୍ଜିନିୟରିଂ ପାଠ ପଢିଛନ୍ତି ବୋଲି ଗଣମାଧ୍ୟମରେ ଅନେକ ଥର କହିଛନ୍ତି।
ଭବିଷ୍ୟତରେ ସେ ବିବାହ କରିବେନି ବୋଲି କହିଛନ୍ତି।
ଆଗକୁ ସବୁବେଳେ ଯାତ୍ରା ଜଗତରେ ରହି ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ସେ ମତ ରଖିଛନ୍ତି।