Bhoomika Dash: ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମିକା !

Jun 22, 2023, 09:28 AM IST

Narmada Behera

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ ।

ସୁନ୍ଦର ଚେହେରା ସାଙ୍ଗକୁ ଦମଦାର ଅଭିନୟ ତାଙ୍କୁ ଦର୍ଶକଙ୍କ ନିକଟତର କରିପାରିଛି। 

ଭୂମିକା ଦାଶ  ୨୦୧୩ରେ ଓଡ଼ିଆ ଫିଲ୍ମ 'ରୁମ୍‌କୁ ଝୁମାନା'ରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।

ଏହା ପରେ ସେ 'ଗପ ହେଲେ ବି ସତ' ଚଳଚ୍ଚିତ୍ରରେ ମଧ୍ୟ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ସ୍କୁଲ୍‌ରେ ଅଲରାଉଣ୍ଡର ଭାବେ ଖ୍ୟାତି ଅର୍ଜନ କରିଥିବା ଭୂମିକା ଜଣେ ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟଶିଳ୍ପୀ। 

ନବମ ଶ୍ରେଣୀରେ ପଢୁଥିବା ବେଳେ 'ତୁ ମୋ ଲଭ୍ ଷ୍ଟୋରୀ'ରେ ପ୍ରଥମେ ନାୟିକା ଭାବରେ ଅଭିନୟ କରିଥିଲେ । 

ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ ।

୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ହିରୋ ନଂ ୱାନ୍'ରେ ଭୂମିକା ନାୟକ ବାବୁଶାନ୍‌ଙ୍କ ସ‌ହ ଅଭିନୟ କରିଥିଲେ । 

୨୦୧୮ରେ 'ଶ୍ରୀମାନ ସୁରଦାସ',୨୦୧୯ରେ 'ନାୟକର ନାଁ ଦେବଦାସ' ,୨୦୨୧ରେ 'ଚକ୍ଷୁବନ୍ଧନ' ଏବଂ 'ମନ ମୋ ନେଇଗଲୁ' ରେ ଲିଡ୍ ରୋଲରେ ନଜର ଆସିଥିଲେ ଭୂମିକା । 

ଭୂମିକା ନିଜ ଲାଇଫ ଷ୍ଟାଇଲକୁ ନେଇ ଅଧିକ ଚର୍ଚ୍ଚାରେ ସେ ରୁହନ୍ତି। ସେ ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ବେଶ ପସନ୍ଦ କରନ୍ତି ।