Telegu Film Shooting In Odisha: ଓଡ଼ିଶାର ଏହିସବୁ ସ୍ଥାନରେ ସୁଟ୍ ହୋଇଛି ତେଲେଗୁର ହାଇବଜେଟ ଫିଲ୍ମ

Mar 11, 2025, 06:46 PM IST

Rashmita Sahoo

ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବେ କେବଳ ଯେ ଓଲିଉଡ ନୁହେଁ ଟଲିଉଡକୁ ବି ଆକୃଷ୍ଟ କରିଛି

କିଛିଦିନ ହେବ ସାଉଥ ନିର୍ଦ୍ଦେଶକ ଏସଏସ ରାଜମୌଳିଙ୍କ ଫିଲ୍ମର ସୁଟିଂକୁ ନେଇ ଚର୍ଚ୍ଚା ଚାଲିଛି

ଅନ୍ୟପଟେ କେବଳ ଯେ, SSMB29 ଫିଲ୍ମ ନୁହେଁ ତେଲୁଗୁର ଅନେକ ଚଳଚ୍ଚିତ୍ର ଓଡ଼ିଶାରେ ସୁଟିଂ ହୋଇଛି 

୨୦୦୫ ମସିହାର ତେଲୁଗୁ ଫିଲ୍ମ ଶ୍ରୀ...ପୁରୀରେ ସୁଟିଂ ହୋଇଥିବା ସୂଚନା ରହିଛି 

ସେହିପରି ୨୦୨୧ ର ଫିଲ୍ମ ଉପେନା ମଧ୍ୟ ଓଡ଼ିଶାରେ ସୁଟିଂ ହୋଇଛି 

ଏହି ଫିଲ୍ମଟି ଜଗନ୍ନାଥ ଧାମ ପୁରୀରେ ସୁଟିଂ କରାଯାଇଛି

ଟଲିଉଡର ଲିଜେଣ୍ଡ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଫିଲ୍ମ Ghati ମଧ୍ୟ ରିଲିଜ ହେବାକୁ ଯାଉଛି

ଆଉ ଏହି ଫିଲ୍ମ ମଧ୍ୟ କୋରାପୁଟ ଜୟପୁରରେ କିଛିକାଂଶରେ ସୁଟିଂ କରାଯାଇଛି

ଅନ୍ୟପଟେ ୨୦୨୪ ମସିହା ଡିସେମ୍ବରରେ ରିଲିଜ ହୋଇଥିବା ପୁଷ୍ପା ୨କୁ ନେଇ ବି ଖୁବ ଚର୍ଚ୍ଚା ହୋଇଥିଲା

ହାଇବଜେଟ ଫିଲ୍ମ ମାଲକାନଗିରି ର କିଛିାକାଂଶର ଜଙ୍ଗଲ ସୁଟିଂ କରାଯାଇଥିଲା 

ଆଉ ଏବେ କୋରାପୁଟର ତଳମାଳି- ଦେଓମାଳିରେ ସୁଟିଂ ହେଉଛି ଫିଲ୍ମ SSMB29

ଏହି ଫିଲ୍ମଟି ନିର୍ଦ୍ଦେଶକ ରାଜମୌଳିଙ୍କ କମାଣ୍ଡରେ ହେଉଥିବା ବେଳେ ଷ୍ଟାରକାଷ୍ଟ ମହେଶ ବାବୁ ଓ ପ୍ରିୟଙ୍କା ଚୋପ୍ରା ରହିଛନ୍ତି