Odia Song: ଅତୀତର ଗୀତରେ ରହିଛି ନିଆରା ମିଠାପଣ

Aug 3, 2023, 07:19 PM IST

Soubhagya Mishra

ଅକ୍ଷୟ ମହାନ୍ତିଙ୍କ ପ୍ରତିଟି ଗୀତକୁ ପସନ୍ଦ କରନ୍ତି ଶ୍ରୋତା । 'ହେ ଫଗୁଣ ତମେ ଗଲା ପରେ' ପୂଣ୍ୟର ନଦୀ ତୀରେ ପରି ଅନେକ ଗୀତ ଏବେ ବି ଶୁଣୁଛନ୍ତି ଶ୍ରୋତା

ଓଡ଼ିଶା ଶ୍ରୋତାଙ୍କ ଅନ୍ୟତମ ପସନ୍ଦର ଗାୟକ ବାବୁଲ ସୁପ୍ରିୟୋ, 'ରେ ମେଘ ତୁ ଶୁଣିଯା' 'ଚିରିଦେବା ଆଗରୁ' ପରି ଅନେକ ହିଟ୍ ଗୀତ ଶ୍ରୋତାଙ୍କର ପସନ୍ଦ

କଣ୍ଠଶିଳ୍ପୀ ଇରା ମହାନ୍ତି ଓଡ଼ିଆ ଶ୍ରୋତାଙ୍କୁ ଭେଟିଦେଇଛନ୍ତି ଅନେକ ଗୀତ । 'ଶ୍ରାବଣ କହିଛି ମୋର ପାଉଞ୍ଜି ହେବ', 'ପାଦରୁ ପାଉଁଜି ମୋର ଖୋଲିଗଲା ଲୋ' ଏମିତି ଅନେକ ହିଟ୍ ଗୀତକୁ ଆଜିବି ଲୋକେ ଗୁଣଗୁଣାନ୍ତି

ନିଜ ସ୍ୱରରେ ଓଡ଼ିଆ ଶ୍ରୋତାଙ୍କ ହୃଦୟକୁ ଛୁଇଁଛନ୍ତି ଗାୟକ ମହମ୍ମଦ ଅଜିଜ୍ । 'ରୂପା ଶଗଡିରେ ସୁନା କନିଆଁ', 'ମଥାରେ ଦେଇ ପାଟ ଓଢଣୀ' ପରି ଅନେକ ହିଟ୍ ଲିଷ୍ଟ୍ ରହିଛି

ଓଡ଼ିଆ ସଂଗୀତପ୍ରେମୀଙ୍କ ହୃଦୟରେ ରହିଛନ୍ତି ଗାୟକ ପ୍ରଣବ ପଟ୍ଟନାୟକ । 'ଏମିତି ରାତି', 'ମାଝି ରେ' ପରି ଅନେକ ହିଟ୍ ଗୀତ ଏବେବି ଶୁଣିବାକୁ ଭଲପାଆନ୍ତି ଶ୍ରୋତା

ଅତୀତ ପୃଷ୍ଠାରେ ଶକ୍ତି ମିଶ୍ରଙ୍କ ଗୀତ ଥିଲା ଖୁବ୍ ଖାସ୍ 'ବୟସ ରାଜପଥରେ',  'ଆସିଥିଲା କାଲି ସେ' ପରି ଅନେକ ଗୀତ ଏବେବି ଶୁଣୁଛନ୍ତି ଶ୍ରୋତା

ଓଡ଼ିଆ ସଂଗୀତର ଅନ୍ୟତମ କଣ୍ଠଶିଳ୍ପୀ ସିକନ୍ଦର ଆଲାମ, 'ମାୟାବିନି ବନ ଜୋଛନା', 'ମୁଁ ତାକୁ ଆଜି ଭଲ ପାଇଛି' ପରି ଅନେକ ହିଟ ଗୀତ ଭେଟିଦେଇଛନ୍ତି ଓଡ଼ିଶାବାସୀଙ୍କୁ

'ଏ ସହରେ ଥିଲା ଜଣେ ଯାଯାବର', ଜହ୍ନ ରାଇଜରେ ଜାଗାଟେ କିଣିଛି ପରି ସୁରେଶ ୱାର୍ଡକରଙ୍କ ଅନେକ ହିଟ୍ ଗୀତ ଯୁବପିଢୀଙ୍କର ପସନ୍ଦ

ସଂଗୀତର ଯାଦୁଗର ଉଦିତ ନାରାୟଣ ଅତୀତରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି 'ଜହ୍ନରେ ତତେ ପୁନେଇଁ ରାଣ', 'ଶ୍ରାବଣରେ ଶ୍ରାବଣ ମେଘ' ଶ୍ରୋତାଙ୍କ ହୃଦୟରେ ଆଜିବି ରାଜ୍ କରୁଛି

ସଙ୍ଗୀତ ଜଗତରୁ ବର୍ତ୍ତମାନ ନିଜକୁ ଦୂରେଇ ରଖିଥିବା ଗାୟକ ବରୁଣ ମିଶ୍ର ଅତୀତରେ ଥିଲେ ଯୁବପିଢୀଙ୍କ ପସନ୍ଦ 'ମନ ମାନେନା ସାଥି', 'ଫୁଲ ପାଖୁଡାରେ ତୋଳିଦେବି ଘର' ପରି ଅନେକ ହିଟ୍ ଗୀତ ସେ ଭେଟିଦେଇଛନ୍ତି