ଏନେଇ ରାଷ୍ଟ୍ରପତି ଭବନରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
ଦରବାର ହଲ୍ରେ ଜାତୀୟ ପ୍ରେଜେଣ୍ଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ସମାରୋହ ଓ କାର୍ଯ୍ୟକ୍ରମ ହୁଏ।
ରବାର ଶବ୍ଦ ଭାରତୀୟ ଶାସକ ଏବଂ ଇଂରେଜଙ୍କ ଅଦାଲତ ଏବଂ ସଭା ସହ ଜଡ଼ିତ ।
ସେଠରେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରୁଥିଲେ ।
ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଗଣତନ୍ତ୍ରର ଅବଧାରଣା ଗଭୀର ଭାବରେ ଜଡ଼ିତ ।
ତେଣୁ ଦରବାର ହଲ ପାଇଁ ‘ଗଣତନ୍ତ୍ର ମଣ୍ଡପ’ ନାଁ ଉପଯୁକ୍ତ ଅଟେ ।
ସେହିପରି ଅଶୋକ ହଲ୍ ମୂଳ ରୂପରେ ଏକ ବଲ୍ ରୁମ୍ ଥିଲା । ଅଶୋକ ଶବ୍ଦର ଅର୍ଥ ହେଉଛି ଯିଏ ସମସ୍ତ ଦୁଃଖରୁ ମୁକ୍ତ ।
ଅଶୋକ ଶବ୍ଦ ସମ୍ରାଟ ଆଶୋକଙ୍କୁ ସୂଚାଇ ଥାଏ। ଯିଏ ଏକତା ଓ ଶାନ୍ତିପୂର୍ଣ୍ଣ ସହଭାଗୀତାର ପ୍ରତୀକ ।
ଏହି ନାମ ପରିବର୍ତ୍ତନ ଅଶୋକ ଶବ୍ଦ ସହ ଜଡ଼ିତ ମୂଲ୍ୟ ବଜାୟ ରଖିବ ।