ଶହେ ତିନିବର୍ଷ ପୁରୁଣା ଦୁନିଆର ସବୁଠାରୁ ଛୋଟ ବ୍ୟାଙ୍କ, ଜାଣନ୍ତୁ ଏହା ବିଷୟରେ କିଛି ରୋଚକ କଥା

May 29, 2023, 05:48 PM IST

Rashmita Sahoo

ସବୁ ଦେଶର ଅର୍ଥବ୍ୟବସ୍ଥା ଓ ଉନ୍ନତି ପାଇଁ ବ୍ୟାଙ୍କ ରହିଥାଏ 

କଥାରେ କୁହାଯାଏ ଯେଉଁ ଦେଶର ବ୍ୟାଙ୍କିଂଙ୍କ ସେକ୍ଟର ଯେତେ ଅଧିକ ଭଲ ସେହି ଦେଶର ଉନ୍ନତି ସେତେ ଅଧିକ ହୋଇଥାଏ 

ଆପଣ ଏମିତି ଅନେକ ବ୍ୟାଙ୍କ ବିଷୟରେ ଜାଣିଥିବେ ଯେଉଁ ବ୍ୟାଙ୍କ ପ୍ରତି ମିନିଟ୍ ରେ କୋଟି କୋଟି ଟଙ୍କାର କାରବାର କରିଥାନ୍ତି 

ହେଲେ ଆପଣ ଜାଣନ୍ତି କି ଦୁନିଆରେ ସବୁଠାରୁ ଛୋଟ ବ୍ୟାଙ୍କ କେଉଁ ଦେଶରେ ଅଛି 

ଦୁନିଆର ସବୁଠାରୁ ଛୋଟ ବ୍ୟାଙ୍କ ରହିଛି ବିକଶିତ ଦେଶ ଆମେରିକାରେ 

ଏହି ବ୍ୟାଙ୍କର ନାଁ ହେଲା Kentland Federal Savings And Loan 

ଏହି ବ୍ୟାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୨୫ କୋଟି ଟଙ୍କା 

ଏହି ବ୍ୟାଙ୍କ ୧୦୩ ବର୍ଷ ଅର୍ଥାତ୍ ୧୯୨୦ ମସିହାରେ ହୋଇଥିଲା , ଏହି ବ୍ୟାଙ୍କ ନିଜ ଗ୍ରାହକଙ୍କୁ କେବଳ ତିନୋଟି ସୁବିଧା ଦେଇଥାଏ 

କଷ୍ଟମର ଏହି ବ୍ୟାଙ୍କରେ ସେଭିଂସ ଆକାଉଣ୍ଟ ଓ ସାର୍ଟିଫିକେଟ ଅଫ ଡିପୋଜିଟ ଖୋଲିବା ସହ ହୋମ ଲୋନ ନେଇପାରିବେ 

ଦୁନିଆର ଏହି ଛୋଟ ବ୍ୟାଙ୍କରେ ହାତ ଗଣତି କିଛି ଲୋକ ନିଜର ଆକାଉଣ୍ଟ ଖୋଲିଛନ୍ତି 

ଏହି ବ୍ୟାଙ୍କର ସବୁଠାରୁ ଖାସ୍ କଥା ହେଲା ଏହି ବ୍ୟାଙ୍କରେ ମାତ୍ର ଦୁଇଟି ଲୋକ କାମ କରନ୍ତି