ଏହି ରାସ୍ତାର ଗୋଟିଏ ପଟେ ବିରାଟ ଆକାରର ଖାଲ ରହିଥିବା ବେଳେ, ଅନ୍ୟପଟରେ ରାସ୍ତାକୁ ଝୁଲି ରହିଥିବା ବଡ଼ ବଡ଼ ପଥର ଖଣ୍ଡ ରହିଛି। ଏଠାକାର ରାସ୍ତାର ଅବସ୍ଥିତ ବହୁତ ସଙ୍କୀର୍ଣ୍ଣ ସ୍ଥାନରେ ରହିଛି।
ଜାମୁ କାଶ୍ମୀରର କିସ୍ତୱାଡ଼ କ୍ଷେତ୍ରରେ କିଲାର କିସ୍ତୱାଡ଼ ରୋଡ଼ ଅବସ୍ଥିତ ରହିଛି। ଯାହା ବିଶ୍ୱର ସବୁଠାରୁ ବିପଦଜ୍ଜନକ ରାସ୍ତା ଭାବରେ ପରିଗଣିତ ହୋଇଥାଏ।
ଲଦାଖର କାର୍ଗିଲ ଜିଲ୍ଲାରେ ଅବସ୍ଥିତ ରହିଛି ଜୋ ଜିଲା ପାସ୍। ଯାହା ଦେଶର ସବୁଠାରୁ ବିପଦଜ୍ଜନକ ସଡ଼କ ଭାବରେ ଜଣାଶୁଣା।
ପ୍ରାୟ ୧୭,୫୮୫ ଫୁଟ ଉଚ୍ଚରେ ଅବସ୍ଥିତ ଚେଙ୍ଗ ଲା ପାସ୍ ତିବ୍ଦତ ଅଞ୍ଚଳକୁ ଲଦାଖ ସହ ଯୋଡି଼ଥାଏ। ଏହି ସଡ଼କ ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ।
ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଅନ୍ୟ ଏକ ବିପଜଜ୍ଜନକ ସଡ଼କ ହେଉଛି ଖାରଦୁଙ୍ଗ ଲା ପାସ୍। ଏହି ସଡ଼କ ଦ୍ୱାରା ଉଭୟ ଭାରତ ଏବଂ ଚୀନ୍ ପରସ୍ପର ସହ ଯୋଡ଼ି ହୋଇଥାନ୍ତି।
ହିମାଚଳ ପ୍ରଦେଶରେ ଅବସ୍ଥିତ ରହିଛି କିନ୍ନୌର-କଲପା ନାମକ ଏକ ସଡ଼କ। ଏହି ରାସ୍ତା ବିପଦଜ୍ଜନକ ସୁଡଙ୍ଗ ପାଇଁ ଜଣାଶୁଣା।
ମାଥେରାନ-ନେରଲ ରୋଡ଼ ମହାରାଷ୍ଟ୍ରରେ ଅବସ୍ଥିତ। ଏହି ସଡ଼କ ଦ୍ୱାରା ଉଭୟ ମାଥେରାନ-ନେରଲ ପରସ୍ପର ସହ ଯୋଡ଼ି ହୋଇଥାନ୍ତି। ଏହାର ଆକାର ଦେଖିବାକୁ ଏକ ସାପ ଭଳି।
ଥ୍ରି ଲେବୁଲ ଜିଗ୍ ଜ୍ୟାଗ ରୋଡ଼ ସିକ୍କିମ ଠାରେ ଅବସ୍ଥିତ। ଯାହାର ଅବସ୍ଥିତ ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ରହିଛି। ଏହି ରାସ୍ତା ବିପଦଜ୍ଜନକ ସଡ଼କ ଭାବରେ ଜଣାଶୁଣା।