ଋଷୀୟ ଡଲଫିନ ଆର୍ମୀ ଏବେ ଋଷିଆ-ୟୁକ୍ରେନ ମଧ୍ୟରେ ରହିଥିବା କୃଷ୍ଣ ସାଗରରେ ୟୁକ୍ରେନ ନୌସୈନା ଗତିବିଧି ଉପରେ ନଜର ରଖିବ।
ଯେଉଁ ଡଲଫିନ୍ ଋଷୀୟ ସେନାରେ ସାମିଲ ହୋଇଛି ତାହା ହେଉଛି Bottlenose Dolphin।
ଏବେ ଋଷୀୟ ଡଲଫିନ ଆର୍ମୀ ପ୍ରଶିକ୍ଷଣ ଶିବିର Sevastopol Naval Base ଠାରେ ଚାଲିଛି।
ସମୁଦ୍ରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବା ପାଇଁ ଡଲଫିନ୍ ଉପରେ କ୍ୟାମେରା ଲଗାଯାଇଛି।
୨ଲକ୍ଷ ଟଙ୍କା ସହ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଛି।
ସମୁଦ୍ର ମଧ୍ୟରେ ଡଲଫିନ୍ ଘଣ୍ଟାପ୍ରତି ୩୦ କିମି ବେଗରେ ଯାତ୍ରା କରିବାକୁ ସକ୍ଷମ। କୁହାଯାଏ ଯେ ସମୁଦ୍ର ମଧ୍ୟରେ ବସବାସ କରୁଥିବା ସମସ୍ତ ଜୀବ ମଧ୍ୟରେ ଡଲଫିନ୍ ହେଉଛି ସବୁଠାରୁ ଚତୁର।
ଗୁଇନ୍ଦା ତଥ୍ୟ ପାଇବା ପାଇଁ ଡଲଫିନ୍ ବ୍ୟତୀତ ଋଷିଆ ସମୁଦ୍ରରେ ବସବାସ କରୁଥିବା ବିଶାଳକାୟ ପ୍ରଜାତିର ତିମି ମାଛକୁ ମଧ୍ୟ ବ୍ୟବହାର କରିସାରିଛି।
ରିପୋର୍ଟ ଅନୁସାରେ ଋଷୀୟ ଡଲଫିନ ଆର୍ମୀ ପ୍ରଶିକ୍ଷଣ ଶେଷ ହୋଇଥିବାର କୁହାଯାଉଛି।