SBI Plan: ଏସବିଆଇ ଗ୍ରୀନ୍ ରୁପି ଟର୍ମ ଡିପୋଜିଟ୍ କ’ଣ, କିପରି ମିଳେ ଲାଭ ? ଜାଣନ୍ତୁ

Mar 16, 2025, 04:40 PM IST

Soubhagya Mishra

ପରିବେଶ ସୁରକ୍ଷା ସହିତ ଜଡିତ ପ୍ରୋଜେକ୍ଟ ଗୁଡ଼ିକୁ ସପୋର୍ଟ କରିବା ପାଇଁ, ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ଏକ ସ୍ଥିର ଜମା ଯୋଜନା ଆରମ୍ଭ କରିଛି।

ଗ୍ରାହକଙ୍କ ନିମନ୍ତେ ଏହି ଯୋଜନାରେ ତିନୋଟି ଭିନ୍ନ ଅବଧି ପାଇଁ ଉପଲବ୍ଧ ରହିଛି।

ଏହା ଏକ ପରିବର୍ତ୍ତନଶୀଳ ଟର୍ମ ସ୍କିମ୍ ଏବଂ ସୁଧ ହାର ଅବଧି ଉପରେ ନିର୍ଭର କରି ଭିନ୍ନ ହେବ। 

ଭାରତୀୟ ନାଗରିକ, NRI ଏବଂ NRO ଆକାଉଣ୍ଟଧାରୀମାନେ ଏହି ଯୋଜନାରେ ନିବେଶ କରିପାରିବେ।

ଏହି ଯୋଜନାରେ ସର୍ବନିମ୍ନ ଜମା ରାଶି ରଖାଯାଇଛି ମାତ୍ର ୧ ହଜାର ଟଙ୍କା। ସର୍ବାଧିକ ଟଙ୍କାର ପରିମାଣର କୌଣସି ସୀମା ରଖାଯାଇନାହିଁ

SBI ଗ୍ରୀନ୍ ରୁପି ଟର୍ମ ଡିପୋଜିଟ୍ ତିନୋଟି ଭିନ୍ନ ଅବଧିରେ ନିବେଶ କରିବା ପାଇଁ ଉପଲବ୍ଧ। ଯେଉଁଥିରେ ରହିଛି ୧,୧୧୧ ଦିନ, ୧,୭୭୭ ଦିନ ଏବଂ ୨,୨୨୨ ଦିନ।

୧୧୧୧ ଦିନ ପାଇଁ ନିବେଶ କରୁଥିଲେ ସାଧାରଣ ନାଗରିକମାନଙ୍କୁ ବାର୍ଷିକ ୬.୬୫% ହାରରେ ସୁଧ ମିଳିବ ଏବଂ ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ ୭.୧୫% ହାରରେ ସୁଧ ମିଳିବ। 

୧୭୭୭ ଦିନ ପାଇଁ ନିବେଶ କରୁଥିଲେ ସାଧାରଣ ନାଗରିକମାନେ ୬.୬୫% ହାରରେ ସୁଧ ପାଇବେ । ବରିଷ୍ଠ ନାଗରିକମାନେ ୭.୧୫% ହାରରେ ସୁଧ ପାଇବେ।

ସେହିପରି ୨,୨୨୨ ଦିନର ଅବଧି ସହିତ ମିଆଦୀ ଜମା ଉପରେ ସାଧାରଣ ନାଗରିକଙ୍କ ପାଇଁ ସୁଧ ହାର ୬.୪୦% ରହିବ । ବରିଷ୍ଠ ନାଗରିକଙ୍କ ପାଇଁ ୭.୪୦% ସୁଧହାର ରହିବ।

ଏହି ଯୋଜନାରେ ନିବେଶକାରୀଙ୍କୁ ଋଣ ଏବଂ ଓଭରଡ୍ରାଫ୍ଟର ସୁବିଧା ମିଳିବ। ଏହା ସହିତ, ଆୟକର ନିୟମ ଅନୁଯାୟୀ ଏହି ଯୋଜନାରେ ଉତ୍ସରେ ଟିକସ ରିହାତି (TDS) ପ୍ରଯୁଜ୍ୟ ହେବ।