Indian Railway: ଟ୍ରେନ୍ ମିସ୍ ହୋଇଗଲେ ଆପଣ ଏହିପରି ଫେରସ୍ତ ପାଇ ପାରିବେ ପୂରା ଟଙ୍କା

Jun 25, 2024, 08:30 PM IST

Jagdish Barik

ଭାରତରେ ଅଧିକାଂଶ ଲୋକ ଦୀର୍ଘ ଯାତ୍ରା ପାଇଁ ଟ୍ରେନ୍ ବ୍ୟବହାର କରନ୍ତି

ଅନେକ ଥର ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବାରେ ଟିକେ ବିଳମ୍ବ କରି ଦିଅନ୍ତି

ଯେଉଁଥିପାଇଁ ଅନେକ ଥର ସେମାନେ ଟ୍ରେନକୁ ମିସ୍ କରି ଦିଅନ୍ତି

ଆପଣ ଯଦି କେବେ ଏହିପରି ଟ୍ରେନକୁ ମିସି୍ କରିଦିଅନ୍ତି

ତେବେ ଜାଣନ୍ତୁ ଟିକେଟ୍ ପାଇଁ ଖର୍ଚ୍ଚ କରିଥିବା ଟଙ୍କା କିପରି ଫେରସ୍ତ ପାଇ ପାରିବେ

ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଆପଣଙ୍କୁ TDR ଫାଇଲ୍ କରିବାକୁ ପଡିବ

ବୋର୍ଡିଂ ଷ୍ଟେସନରୁ ଟ୍ରେନ୍ ଛାଡିବାର ୪ ଘଣ୍ଟା ମଧ୍ୟରେ ଆପଣଙ୍କୁ TDR ଦାଖଲ କରିବାକୁ ପଡିବ

TDR ଫାଇଲ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ IRCTC ଆପରେ ଲଗ୍ଇନ୍ କରିବାକୁ ପଡିବ

IRCTC ଆପ୍ ମାଧ୍ୟମରେ ଆପଣ ସହଜରେ ଆପଣଙ୍କର TDR ଫାଇଲ୍ କରିପାରିବେ 

TDR ଦାଖଲ କରିବାର ୬୦ ଦିନ ମଧ୍ୟରେ ଆପଣ ଟଙ୍କା ଫେରସ୍ତ ମିଳିଯିବ