ସର୍ବପ୍ରଥମେ ୨୦୨୯ ଫେବୃଆରୀରେ ଦେଶରେ ଆରମ୍ଭ ହୋଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ମୋଦି ସରାକରଙ୍କ ବହୁ ପ୍ରତୀକ୍ଷିତ ରେଳ ସେବା ମଧ୍ୟରୁ ବନ୍ଦେ ଭାରତ ଟ୍ରେନ୍ ସେବା ହେଉଛି ଅନ୍ୟତମ।
କ'ଣ ଆପଣ ଜାଣିଛନ୍ତି କିପରି ରେଳବାଇ ବୃତ୍ତିଗତ ଭିତ୍ତିରେ ବନ୍ଦେ ଭାରତ ଟ୍ରେନ ସେବାର ପ୍ରଦର୍ଶନ କରିଥାଏ? ଯଦି ଆପଣ ଜାଣିନାହାଁନ୍ତି ତାହେଲେ ଆପଣ ଜାଣି ନିଅନ୍ତୁ।
ଏକ ନିର୍ଦ୍ଦିଷ୍ଟ ମାର୍ଗରେ ଟ୍ରେନ ଯାତ୍ରା କରୁଥିବା ସମୁଦାୟ ଯାତ୍ରୀଙ୍କ ସଂଖ୍ୟା ସହିତ ହିସାବ କରାଯାଏ। ଯେଉଁଥିରେ ଟ୍ରେନ ଧରୁଥିବା ଏବଂ ଓହ୍ଲାଉଥିବା ଯାତ୍ରୀଙ୍କୁ ସଂଖ୍ୟାକୁ ଗଣନା କରାଯାଏ।
ଯଦି ଜଣେ ବ୍ୟକ୍ତି A Point ଠାରୁ B Point ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ଟ୍ରେନ ଟିକେଟ୍ ବୁକ୍ କରିଛନ୍ତି, ତାହେଲେ ଏହାକୁ ଗୋଟିଏ ବୁକିଂ ବୋଲି ବିବେଚନା କରାଯାଏ। ସେହିପରି ଯଦି ଅନ୍ୟ ଜଣେ ଯାତ୍ରୀ B Point ଠାରୁ ସମାନ ସିଟ ବ୍ୟବହାର କରି C Point ପର୍ଯ୍ୟନ୍ତ ଯାତ୍ରା କରିବାକୁ ବୁକ୍ କରନ୍ତି, ତାହେଲେ ସେହି ସମାନ ସିଟ ୨ ଥର ବୁକିଂ ହୋଇଥିବାର ଗଣାଯାଏ।
ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ସେବା ବନ୍ଦେ ଭାରତ ୨୦୧୫ ଫେବୃଆରୀରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦେଶର ୨୩ ମାର୍ଗରେ ଚଳାଚଳ କରୁଛି ୪୬ ବନ୍ଦେ ଭାରତ ଏକ୍ସପ୍ରେସ।
ଦେଶରେ ଏବେ ଚାଲୁଥିବା ବନ୍ଦେ ଭାରତ ସେବା ବର୍ତ୍ତମାନ ଦେଶର ସମସ୍ତ ରେଳ ବିଦ୍ୟୁତକରଣ ରାଜ୍ୟରେ ପହଞ୍ଚିଛି। ଯାହା ୨୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ତର୍ଭୂକ୍ତ କରିଛି।
ଘଣ୍ଟାପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ରେଳ ଧାରଣାର ଦୌଡ଼ିବାର କ୍ଷମତା ରଖିଛି ବନ୍ଦେ ଭାରତ ଏକ୍ସପ୍ରେସ। ଦେଶରେ ରହିଥିବା ମାର୍ଗରେ ସର୍ବାଧିକ ଦ୍ରୁତ ଗତିରେ ଚାଲିବାର ରେକର୍ଡ ବନ୍ଦେ ଭାରତ ନାମରେ ରହିଛି।
ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଦେଶରେ ସେବା ଯୋଗାଉଥିବା ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ୍। ଯାହାର Sleeper Version ଆଣିବାକୁ ଯୋଜନା କରିଛି ଭାରତୀୟ ରେଳବାଇ।