Betel Leaf Benefits: ଜାଣନ୍ତୁ ପାନ ପତ୍ରର ଉପକାରିତା

Aug 26, 2023, 09:06 PM IST

Soubhagya Mishra

ଆୟୁର୍ବେଦ, ଚରକ ସହିଂତା, ସୁଶ୍ରୁତ ସହିଂତା ଆଦିରେ ପାନ ପତ୍ରକୁ ସ୍ବାସ୍ଥ୍ୟବର୍ଦ୍ଧକ ବୋଲି କୁହାଯାଇଛି।

ରାଜା ମହାରାଜା ପ୍ରତି ରାତିରେ ଭୋଜନ ସାରିବା ପରେ ପାନ ଖାଇବାକୁ ପସନ୍ଦ କରିଥାନ୍ତି।

ଯୌନ ସ୍ବାସ୍ଥ୍ୟ ପାଇଁ ପାନ ପତ୍ର ସହ  ଲବଙ୍ଗ, ଗୁଆ ଓ ଅଳେଇଚ  ଖାଇବା ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି।

କିନ୍ତୁ ଏହା ବ୍ୟତୀତ ପାନ ପତ୍ରର ଲାଭ ଆହୁରି ଅନେକ କ୍ଷେତ୍ରରେ ମିଳିଥାଏ।

ପାନ କୋଷ୍ଠ କାଠିନ୍ୟରୁ ମୁକ୍ତି ଦେଇଥାଏ

ଆୟୁର୍ବେଦରେ କୋଷ୍ଠ କାଠିନ୍ୟର ଚିକିତ୍ସା ପାଇଁ ପାନ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଇଛି। 

ଡକ୍ଟର ଅବରାର ମୁଲତାନୀ କହିଛନ୍ତି ଯେ, ଯଦି କୌଣସି କାରଣରୁ, ପେଟ କାଟିବା ବା ଜଳିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ପାନ ପତ୍ର ସେବନ କରିପାରିବେ ।

ପାନ ପତ୍ରରେ ଆଣ୍ଟି-ସେପ୍ଟିକ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି, ଯାହା ଫଙ୍ଗଲ୍ ସଂକ୍ରମଣ ଏବଂ ସେପ୍ଟିକ୍ ରୁ ଆରାମ ପ୍ରଦାନ କରିଥାଏ ।

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପାନ ପତ୍ର ମଧ୍ୟ ବ୍ୟବହୃତ ହୁଏ।

ପାନ ପତ୍ର ଖାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ । ଏଥିରେ ଅନେକ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ଅଛି, ଯାହା ମୁହଁରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁକୁ ନଷ୍ଟ କରିଦିଏ ।