Benefits of Alternanthera Sessilis: ମଦରଙ୍ଗା ସାଗରେ ରହିଛି ଏହି ଭଲ ଗୁଣ

Aug 19, 2024, 08:29 PM IST

Soubhagya Mishra

ମଦରଙ୍ଗା ସାଗ ଅଧିକାଂଶ ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ

କ୍ଷେତ, ପୋଖରୀ କୂଳ, ରାସ୍ତାକଡ ତଥା ସନ୍ତସନ୍ତିଆ ସ୍ଥାନରେ ସହଜରେ ମିଳିଯାଏ ମଦରଙ୍ଗା

ମଦରଙ୍ଗା ହେଉଛି ଔଷଧିୟ ଗୁଣରେ ଭରପୂର ଥିବା ସବୁଜ ଶାଗ

ପ୍ରାଚୀନ କାଳରୁ ଏହାର ଉପକାରିତାର ମହତ୍ୱ ରହିଛି

ବିଭିନ୍ନ ରୋଗର ଚିକିତ୍ସା ପାଇଁ ମଦରଙ୍ଗାକୁ ବ୍ୟବହାର କରାଯାଇଥାଏ ।

ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହିତକର ବୋଲି ବିବେଚନା କରାଯାଏ

ପରିସ୍ରା ଦ୍ୱାର ପୋଡା ଜଳା ହେଉଥିଲେ ଏହି ଶାଗକୁ ବ୍ୟବହାର କରିବା ଦ୍ୱାରା ଉପଶମ ମିଳିଥାଏ

ମଦରଙ୍ଗାକୁ ଜଣ୍ଡିସ ରୋଗର ରାମ ବାଣ ବୋଲି କୁହାଯାଇଥାଏ 

ଏହା କେଶ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ମଦରଙ୍ଗା