ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯାହା କିଡନୀ ଷ୍ଟୋନକୁ ରୋକିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ ।
ଦିନକୁ ଗୋଟିଏ ଗ୍ଲାସ୍ ତାଜା ଧନିଆ ପତ୍ର ରସ ପିଇବା କିଡନୀ ପାଇଁ ମଧ୍ୟ ଲାଭଦାୟକ ଅଟେ ।
ଧନିଆ ରସ ଶରୀରକୁ ହାଇଡ୍ରେଟ୍ ରଖେ ଏବଂ କିଡନୀ ସଫା କରିବାରେ ସାହାଯ୍ୟ କରେ ।
ଅମୃତଭଣ୍ଡା ଏବଂ କମଳା ଏହି ଦୁଇଟି ଫଳ କିଡନୀ ରୋଗ ପାଇଁ ଏକ ଔଷଧ ଭାବେ ବିବେଚନା କରାଯାଏ ।
ଯଦି ଆପଣ ମଧ୍ୟ କିଡନୀ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ଏହି ଦୁଇଟିକୁ ମିଶାଇ ତାଜା ରସ ଗ୍ରହଣ କରି ପାରିବେ ।
ଅମୃତଭଣ୍ଡାରେ ପେପେନ୍ ନାମକ ଏକ ଏନଜାଇମ୍ ଥାଏ, ଯାହା କିଡନୀ ସଫା କରିବାରେ ସାହାଯ୍ୟ କରିଥାଏ ।
କମଳାରେ ଭିଟାମିନ୍ ସି ଥାଏ, ଯାହା କିଡନୀ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ ।
Disclamer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।