ତେବେ, ଆସନ୍ତୁ ଜାଣିବା ମହିଳା ମାନଙ୍କୁ କେଉଁ ସବୁ ଭିଟାମିନ୍ ର ଖାଇବା ଦରକାର।
ଭିଟାମିନ୍ ବି ୧୨ ,ଶରୀରରେ ଏହାର ଅଭାବ ହେଲେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ।
ମାଛ, ମାଂସ, ଦୁଗ୍ଧ ଜାତ ଖାଦ୍ୟରୁ ଏହିସବୁ ଭିଟାମିନ୍ ମିଳିଥାଏ।
ଭିଟାମିନ୍ ଡି, ହାଡକୁ ମଜବୁତ୍ କରିବାରେ ସହାୟକ ହୁଏ।
ଏହି ଭିଟାମିନ୍ ଅଭାବ ହେଲେ ହାଡ଼ ଦୁର୍ବଳ ହେବା ସହ ହରମୋନରେ ପରିବର୍ତ୍ତନ ଦେଖାଦେଇଥାଏ।
ଭିଟାମିନ୍ ଡି ସକାଳ ସୂର୍ଯ୍ୟ କିରଣ ସହ ମାଛ ତେଲ ଓ କ୍ଷୀରରୁ ମିଳିଥାଏ।
ଭିଟାମିନ୍ କେ, ଅଭାବ ହେଲେ ମହିଳାଙ୍କ ଶରୀରରେ ହୃଦ ରୋଗ ସହ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ।
ଭିଟାମିନ୍ କେ,ର ଅଭାବକୁ ଦୂର କରିବା ପାଇଁ ସବୁଜ ପନିପରିବା ନିଜ ଡାଏଟରେ ସାମିଲ୍ କରନ୍ତୁ।
ମହିଳାଙ୍କ ଶରୀରରେ କ୍ୟାଲସିୟମ୍ ଅଭାବ୍ ହେଲେ ଅଷ୍ଟିଓପୋରୋସିସ୍ ଭଳି ରୋଗ ଦେଖାଦେଇଥାଏ।
ସବୁଜ ପନିପରିବା , ଶାଗ , ଦହି ଭଳି ଖାଦ୍ୟ ଖାଇଲେ କ୍ୟାଲସିୟମ୍ ର ଅଭାବ ଦୂର ହୋଇଥାଏ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)