Health Tips: କଖାରୁରେ ଲୁଚି ରହିଛି ଏହିସବୁ ଔଷଧିୟ ଗୁଣ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବରଦାନ!

Jul 11, 2024, 01:07 PM IST

Narmada Behera

କଖାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କଖାରୁ  ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଅଟେ। 

କଖାରୁରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଛି।

କଖାରୁରେ ବିଟା-କାରୋଟିନ୍,ଭିଟାମିନ୍ ସି ଓ ଲ୍ୟୁଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଛି।

କଖାରୁ ଏଭଳି ଏକ ପରିବା ଯାହା ଶରୀରରେ ୟୁରିକ୍ ଏସିଡ୍ କୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ।

ଶରୀରରେ ୟୁରିକ୍ ଏସିଡ଼ ବଢିଲେ ଅନେକ ସମସ୍ୟା ଦେଖାଦେଇ ଥାଏ। 

କିନ୍ତୁ ନିଜ ଡାଏଟରେ କଖାରୁ ସାମିଲ୍ କଲେ ଏହି ରୋଗରୁ ଉପଶମ ମିଳିପାରିବ।

କଖାରୁ ଖାଇବା ଦ୍ବାରା  ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। 

ହୃଦଘାତ ଓ ଷ୍ଟୋକ୍ ଭଳି ସମସ୍ୟା ମଧ୍ୟ ଦେଖାଦେଇ ନଥାଏ।  (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)