Health Tips: ହୃଦୟ ପାଇଁ କ୍ଷତିକାରକ ଏହିସବୁ ଅଭ୍ୟାସ

Apr 18, 2024, 04:02 PM IST

Payal Priyadarshini

ଏକ ଅଧ୍ୟୟନ ଅନୁଯାୟୀ, ଜାଣତରେ ଅଜାଣତରେ ଆମେ କରୁଥିବା କିଛି ଭୁଲ୍‌‌ ଓ ଅଭ୍ୟାସ ପାଇଁ ହୃଦୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଅନେକ କାରଣରୁ ହୃଦୟ ଜନିତ ରୋଗ ସୃଷ୍ଟି ହୋଇଥାଏ।

ଭୁଲ ଖାଦ୍ୟପେୟ, ତେଲୁଯୁକ୍ତ ଖାଦ୍ୟ, ମୋଟାପଣ ଏହାର ପ୍ରମୁଖ କାରଣ ଅଟେ। ଦୈନନ୍ଦିନ ଜୀବନର କିଛି ଅଭ୍ୟାସ ମଧ୍ୟ ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ..

ଅତ୍ୟଧିକ ଲୁଣ ହୃଦୟ ପାଇଁ କ୍ଷତିକାରକ ଅଟେ। ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ଯାହା ହୃଦୟ ପାଇଁ କ୍ଷତିକାରକ।

ଧୂମ୍ରପାନ ମଧ୍ୟ ହୃଦୟ ପାଇଁ ବେଶ କ୍ଷତିକାରକ। ଏହା ହୃଦୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ପ୍ରତ୍ୟେକ ଦିନ ୨ ଥର ବ୍ରଶ କରନ୍ତୁ। ବ୍ରଶ ନକରିବା ଦ୍ୱାରା ଦାନ୍ତ ମାଢି ଭଲ ଭାବେ ପରିଷ୍କାର ହୋଇନଥାଏ। ମାଢିରେ ବ୍ୟାକ୍ଟେରିଆ ବୃଦ୍ଧି ପାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ।

ପ୍ରତ୍ୟେକ ଦିନ ୫ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ହୃଦୟଜନିତ ସମସ୍ୟା ହେବାର ସମ୍ଭାବନା ରହିଥାଏ। ତେଣୁ ୫ ଘଣ୍ଟା ବସିବା ପରେ କିଛି ସମୟ ଚଲାବୁଲା ନିଶ୍ଚୟ କରନ୍ତୁ।

(Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)