ମାରାତ୍ମକ ରୋଗ ସୃଷ୍ଟି କରିଥାଏ ମଶା ଧୂପର ଧୂଆଁ

Aug 25, 2024, 03:05 PM IST

Priyambada Rana

ବର୍ଷାଦିନେ ବଢ଼ିବାରେ ଲାଗିଛି ମଶାଙ୍କ ସଂଖ୍ୟା। ଏହା ଡେଙ୍ଗୁ ଏବଂ ମ୍ୟାଲେରିଆର ଆଶଙ୍କା ବଢ଼ାଇଥାଏ

ମଶା କାମୁଡ଼ାରୁ ନିଜକୁ ରକ୍ଷା କରିବା ପାଇଁ ଆମେ କ୍ରିମ୍, କଏଲ୍ ଇତ୍ୟାଦି ବ୍ୟବହାର କରିଥାଉ

ମଶା ପ୍ରତିରୋଧକ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିଷାକ୍ତ ଆପଣ ଜାଣନ୍ତି କି?

ବିଶେଷଜ୍ଞମାନଙ୍କ ମତ ଅନୁସାରେ ମଶା କଏଲ୍ ଜାଳିବା ପ୍ରାୟ ୧୦୦ ସିଗାରେଟ୍ ଟାଣିବା ସହିତ ସମାନ

କଏଲ୍ ରୁ ବାହାରୁଥିବା ଧୂଆଁ ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ଅଟେ

ସିଗାରେଟ ଟାଣିବା ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ

କଏଲ୍ ଧୂଆଁର ସଂସ୍ପର୍ଶରେ ଆସିବା ଫୁସଫୁସ ଉପରେ ପ୍ରଭାବ ପକାଇଥାଏ

ଶ୍ୱାସରୋଗ, ଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ହୋଇପାରେ

ସ୍ୱାସ୍ଥ୍ୟ ବିପଦକୁ ଏଡାଇବା ପାଇଁ ବନ୍ଦ ଘରେ କଏଲ୍ ଜଳାଇବା ଠାରୁ ଦୂରେଇ ରୁହନ୍ତୁ