ସୁଖ ଦାମ୍ପତ୍ୟ ଜୀବନ ଚାହୁଁଛନ୍ତି ତେବେ ପୁରୁଷ ମାନେ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୬ ସୁପରଫୁଡ୍

May 28, 2023, 07:25 PM IST

Rashmita Sahoo

ଆଜିକାଲିର ଜୀବନଶୈଳୀ କାରଣରୁ ଅନେକ ସମୟରେ ପୁରୁଷଙ୍କ କ୍ଷେତ୍ରରେ ସିମେନ କାଉଣ୍ଟ କମ ହେବାରେ ଲାଗିଛି। ତେବେ ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। 

କଦଳୀ ମଧ୍ୟ ପୁରୁଷଙ୍କ ଏହି ସମସ୍ୟା ପାଇଁ ବରଦାନ । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଗୋଟିଏ ଲେଖାଏଁ କଦଳୀ ଖାଇଲେ ସ୍ପର୍ମ କାଉଣ୍ଟ ବୃଦ୍ଧି ହୋଇଥାଏ ।

ଅଣ୍ଡାରେ ପ୍ରୋଟିନ ଓ ଭିଟାମିନ୍ E ଭରପୂର ରହିଥାଏ । ଅଣ୍ଡା ପୁରୁଷଙ୍କ ଶୂକ୍ରାଣୁ ର ପ୍ରଡକ୍ସନ ପାଇଁ ସାହାଯ୍ୟ କରିଥାଏ । ପ୍ରତିଦିନ ଖାଦ୍ୟରେ ଅଣ୍ଡା ଖାଇଲେ ଏହି ସମସ୍ୟାରୁ ଦୂରେଇ ହେବ। 

ଅଖରୋଟ ରେ ଓମେଗା ଥ୍ରୀ ଫେଟି ରହିଥାଏ ଯାହା ପୁରୁଷଙ୍କ ଶୂକ୍ରାଣୁ ର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ୭୫ ଗ୍ରାମ ଅର୍ଥାତ୍ ଗୋଟେ ମୁଠା ଅଖରୋଟ ଖାଇଲେ ଶୂକ୍ରାଣୁର ଆକାର ଓ ସଂଖ୍ୟାରେ ବୃଦ୍ଧି ହୋଇଥାଏ । 

କଖାରୁ ମଞ୍ଜି ମଧ୍ୟ ପୁରୁଷଙ୍କ ପାଇଁ ବରଦାନ । ଏହାକୁ ଶିଝାଇ ନହେଲେ ଭାଜି ଖାଇପାରିବେ। 

ସେହିପରି ଟମାଟର ଜୁସ୍ ନଚେତ୍ କଞ୍ଚା ଟମାଟର ଖାଇବା ଦ୍ୱାରା ପୁରୁଷଙ୍କ  ଶୂକ୍ରାଣୁ ର ମାତ୍ରା ବଢିଥାଏ । 

ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ