ପନିରରେ ବହୁ ପରିମାଣରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ
ହେଲେ ଏହି ଲୋକମାନେ ଭୁଲରେ ବି ପନିର ଖାଇବା ଉଚିତ୍ ନୁହେଁ
ହାଇବ୍ଲଡ୍ ପ୍ରେସର ଥିବା ବା ଉଚ୍ଚ ରକ୍ତଚାପ ଥିବା ଲୋକ ପନିର ଖାଇବା ଉଚିତ୍ ନୁହେଁ
ଯଦି ଫୁଡ୍ ପଏଜନିଂ ବା ଖାଦ୍ୟ ବିଷକ୍ରିୟା ହୋଇଛି ତେବେ ପନିର ଖାଆନ୍ତୁ ନାହିଁ
ଯଦି ଆପଣଙ୍କୁ ଦୁଗ୍ଧଜାତ ଦ୍ରବ୍ୟରୁ ଆଲର୍ଜି ରହିଛି ତେବେ ଭୁଲରେ ବି ପନିର ଖାଆନ୍ତୁ ନାହିଁ
ବରଂ ଏହାଦ୍ୱାରା ଗ୍ୟାସ ହେବା ସହ ବାନ୍ତି ହେବାର ସମ୍ଭାବନା ମଧ୍ୟ ରହିଥାଏ
ସେହିପରି ଫ୍ୟାଟଯୁକ୍ତ ପନିର ଖାଇଲେ ହୃଦୟଜନିତ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ
ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାଏଟିସିଆନଙ୍କ ସହ ପରାମର୍ଶ କରନ୍ତୁ