BJP Sankalp Patra: ୧୦ଟି ବିନ୍ଦୁରେ ଜାଣନ୍ତୁ ବିଜେପିର ସଂକଳ୍ପପତ୍ର

Apr 15, 2024, 07:11 AM IST

Payal Priyadarshini

ଲୋକସଭା ନିର୍ବାଚନ ପାଇଁ ରବିବାର ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର  'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଖାସ୍ ଘୋଷଣା କରିଛନ୍ତି । ଆସନ୍ତୁ ୧୦ଟି ପଏଣ୍ଟରେ ଜାଣିବା ଇସ୍ତାରରେ କ’ଣ ସବୁ ଘୋଷଣା କରିଛି ବିଜେପି?

ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ ।

୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ।

ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।

ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର କରାଯିବ ।

ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ଘର ନିର୍ମାଣ ହେବ ।

ପାଇପ ଲାଇନ ଯୋଗେ ପ୍ରତି ଘରକୁ ଶସ୍ତା ରନ୍ଧନ ଗ୍ୟାସ ଯୋଗାଇଦିଆଯିବ ।

ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ ।

ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଗଡ଼ିବ । ଏନେଇ ଖୁବଶୀଘ୍ର ସର୍ଭେ କାମ ଆରମ୍ଭ ହେବ ।

ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯିବ । ବଳକା ବିଜୁଳିର ପଇସା ମଧ୍ୟ ମିଳିବ ।

୨୦୩୬ ମସିହାରେ ଅଲମ୍ପିକ୍ ଆୟୋଜନ କରିବ ଦେଶ ।