ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସ ବେଶି ପାର୍ଥକ୍ୟ ଥିଲେ କିପରି କଟେ ବୈବାହିକ ଜୀବନ? ପଢ଼ନ୍ତୁ ଚାଣକ୍ୟ ନୀତି

Mar 24, 2025, 06:06 PM IST

Soubhagya Mishra

ଜୀବନକୁ ଉନ୍ନତ କରିବା ପାଇଁ ଏବଂ ସଠିକ୍ ନିଷ୍ପତ୍ତି ନେବାରେ ଚାଣକ୍ୟ ନୀତି ସହାୟକ ହୋଇପାରେ। 

କାରଣ ଚାଣକ୍ୟ ନୀତିରେ ଜୀବନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଏବଂ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବା ପାଇଁ, ଉଭୟଙ୍କ ମଧ୍ୟରେ ବୟସର ଅତ୍ୟଧିକ ପାର୍ଥକ୍ୟ ରହିବା ଭଲ ନୁହେଁ। 

କାରଣ ଏହା ଜୀବନରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଯାହାକୁ ଚାହିଁଲେ ମଧ୍ୟ ସଜାଡ଼ି ହେବ ନାହିଁ।

ଚାଣକ୍ୟ ନୀତି ଅନୁସାରେ, ଜଣେ ବୃଦ୍ଧ ବ୍ୟକ୍ତି କେବେବି ଜଣେ ଯୁବତୀଙ୍କୁ ବିବାହ କରିବା ଉଚିତ୍ ନୁହେଁ। ଏହି ପ୍ରକାରର ସମ୍ପର୍କ ଅଧିକ ଦିନ ସ୍ଥାୟୀ ହୋଇ ରହିନଥାଏ ।

ଚାଣକ୍ୟ ନୀତି ଅନୁସାରେ, ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବୟସର ଅଧିକ ପାର୍ଥକ୍ୟକୁ ସଠିକ୍ ବୋଲି ଆଦୌ ବିବେଚନା କରାଯାଏ ନାହିଁ।

ଜଣେ ବୟସ୍କ ସ୍ୱାମୀ ତା ସ୍ତ୍ରୀର ଜୀବନରେ ଦୁଃଖ ପହଞ୍ଚାଇପାରେ । ଏଥିସହ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠେ ନାହିଁ।

ଏପରି ପରିସ୍ଥିତିରେ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସରେ ଖୁବ ଅଧିକ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ବୟସ ପାର୍ଥକ୍ୟ କେବଳ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିବା ଉଚିତ। 

ବୟସର ପାର୍ଥକ୍ୟ ଅନେକ କ୍ଷେତ୍ରରେ ଚିନ୍ତାଧାରାରେ ପାର୍ଥକ୍ୟ ସୃଷ୍ଟି କରିପାରେ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। କୌଣସି କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।