ଶନିବାର ଦିନ, ଏକ ପାତ୍ରରେ ସୋରିଷ ତେଲ ନେଇ କୌଣସି ଅଭାବୀ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏହା କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ।
ଚାକିରି ଏବଂ ବ୍ୟବସାୟରେ ସମସ୍ୟା ଭୋଗୁଥିଲେ ଶନିବାର ସନ୍ଧ୍ୟାରେ ଅଶ୍ୱସ୍ଥ ଗଛ ତଳେ ସୋରିଷ ତେଲର ନଅଟି ଦୀପ ଜଳାନ୍ତୁ। ଏହା ପରେ ଗଛ ଚାରିପଟେ ପରିକ୍ରମା କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଲାଭ ମିଳିବ।
ଶନିବାର ଦିନ ଗାଈକୁ ବିରି ଡାଲି ଖୁଆଇବା ବହୁତ ଭଲ ବୋଲି ବିବେଚନା କରାଯାଏ।
ଶନିବାର ସକାଳ ତଥା ବ୍ରହ୍ମ ମୁହୂର୍ତ୍ତରେ ଅଶ୍ୱସ୍ଥ ଗଛରେ ଜଳ ଅର୍ପଣ କରି ସେଠାରେ ବସି 'ଓଁ ଶମ୍ ଶନୈଶ୍ଚରାୟ ନମଃ' ମନ୍ତ୍ର ଜପ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି।
ଋଣ ପରିଷୋଧ କରିପାରୁ ନଥିଲେ ଶନିବାର ଦିନ କଳା ଗାଈକୁ ବୁନ୍ଦି ଲଡୁ ଖୁଆନ୍ତୁ ।
ଶନିବାର ଦିନ ଶନିଯନ୍ତ୍ର ପୂଜା କରିବା ବହୁତ ଭଲ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିବେଚନା କରାଯାଏ।
ଶନିବାର ଦିନ ଅନେକ କଳା ଜିନିଷ ଦାନ କରିବା ଦ୍ୱାରା ଶୁଭଫଳ ପାଇପାରିବେ । କଳା ବିରି, ତେଲ, ଗୁଡ଼, କଳା ପୋଷାକ କିମ୍ବା ଲୁହାରେ ତିଆରି ଯେକୌଣସି ଜିନିଷ ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।