ଜ୍ୟୋଷ୍ଠ ଅମାବାସ୍ୟାରେ ଶନିଦେବଙ୍କର କରନ୍ତୁ ଏପରି ପୂଜା, ମିଳିବ ୧୨ ରାଶିଙ୍କୁ ଲାଭ

May 17, 2023, 02:45 PM IST

Prabhudatta Moharana

ବୃଷ ଓ ତୁଳା ରାଶି ଲୋକମାନଙ୍କ ଅମାବାସ୍ୟାରେ ରାଶି ତେଲ ଦେଇ ଶନିଦେବଙ୍କର ମାର୍ଜନା କରିପାରିବେ। ଚାକିରି କ୍ଷେତ୍ରରେ ଉନ୍ନତି ପାଇଁ ଆପଣ ଜଳ କଳସ ପ୍ରଦାନ କରନ୍ତୁ। 

୧୯ ମଇ ୨୦୨୩ରେ ଜ୍ୟେଷ୍ଠ ଅମାବାସ୍ୟା ଅଛି। ଏହି ଦିନ ଶନି ଜୟନ୍ତୀ ଓ ବଟ ସାବିତ୍ରୀ ବ୍ରତର ମହାସଂଯୋଗ ରହୁଛି। 

ଏହି ସାବିତ୍ରୀ ଅମାବାସ୍ୟା ଦିନ ଶନିଦେବଙ୍କ ପୂଜାର୍ଚ୍ଚନା ବେଶ ଲାଭଦାୟକ ହୋଇଥାଏ। ଜ୍ୟେଷ୍ଠ ଅମାବାସ୍ୟା ତିଥି ୧୮ ମଇ ୨୦୨୩ ସନ୍ଧ୍ୟାରେ ୦୯.୪୨ ରୁ ୧୯ ମେ ୨୦୨୩ ରାତି ୦୯.୨୨ ପର୍ଯ୍ୟନ୍ତ ଏହି ସମୟ ରହିବ। 

ଜ୍ୟେଷ୍ଠ ଅମାବାସ୍ୟାରେ ଗଜକେସରୀ, ଶୋଭନ ଓ ଶଶ ଯୋଗର ମହାସଂଯୋଗ ଘଟିବାକୁ ଯାଉଛି। 

ଯାହା ୧୨ଟି ରାଶିକୁ ପ୍ରଭାବିତ କରିବା ସହିତ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଜ୍ୟୋତିଷ ଗଣନା କହୁଛି। 

ଯାହା ୧୨ଟି ରାଶିକୁ ପ୍ରଭାବିତ କରିବା ସହିତ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଜ୍ୟୋତିଷ ଗଣନା କହୁଛି। 

ଜ୍ୟେଷ୍ଠ ଅମାବାସ୍ୟାରେ ମେଷ ଓ ବିଛା ରାଶିର ଲୋକମାନେ ଗଙ୍ଗାଜଳରେ ସ୍ନାନ କରି ସୁନ୍ଦରକାଣ୍ଡ ପାଠ କରନ୍ତୁ। ଏଥିରେ ଆର୍ଥିକ ସମସ୍ୟାର ସମାଧାନ ହେବ। 

ଜ୍ୟେଷ୍ଠ ଅମାବାସ୍ୟାରେ ମିଥୁନ ଓ କନ୍ୟା ରାଶିର ଲୋକମାନେ ମୁଗ ଡାଲି ଦାନ କରନ୍ତୁ। ମୁଗଡାଲି ସପ୍ତଧାନରୁ ଗୋଟିଏ। ଏପରିକରିବା ଦ୍ୱାରା ଶନିଦେବ ଖୁସି ହୋଇଥାନ୍ତି। 

ମକର ଓ କୁମ୍ଭ ରାଶିର ଲୋକମାନେ ଜ୍ୟେଷ୍ଠ ଅମାବାସ୍ୟାରେ ରାଶି ତେଲ ଓ କଳା କପଡ଼ା ଦାନ କରନ୍ତୁ। ଏହା ସହିତ ଯୋତା ଚପଲ ମଧ୍ୟ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଶନିମହାଦଶାରେ ଆଶ୍ୱସ୍ତି ଆସିବ। 

କର୍କଟ ରାଶିର ବ୍ୟକ୍ତି ବିଶେଷ ଜ୍ୟେଷ୍ଠ ଅମାବାସ୍ୟାରେ ଜଳରେ ରାଶିତେଲ, ଧଳା ଫୁଲ ପକାଇ ଦାନ କରନ୍ତୁ। ଏଥିରେ ପିତର ଦୋଷ ଶାନ୍ତ ହେବ। 

ସିଂହ ରାଶିର ଲୋକମାନେ ଜ୍ୟୋଷ୍ଠ ଅମାବାସ୍ୟାରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଏହା ସୂର୍ଯ୍ୟ ଅଷ୍ଠକମ ପାଠ କରିବା ଆବଶ୍ୟକ। ଏଥିରେ ବଳବୁଦ୍ଧିରେ ବୃଦ୍ଧି ଘଟିବ।