Shani Jayanti 2024: ଶନି ଜୟନ୍ତୀରେ ଦାନ କରନ୍ତୁ ଏହି ସବୁ ଜିନିଷ, କଟିବ ଶନିଦଶା, ବରଷିବ ଧନ!

Jun 6, 2024, 12:17 PM IST

Narmada Behera

ଆଜି ହେଉଛି ଶନି ଜୟନ୍ତୀ।

ବୈଦିକ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। 

ଶନି ମଣିଷକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି।

ଯଦି ଆପଣଙ୍କର ରାଶି ବା ଜାତକରେ ଶନି ଦଶା କିମ୍ବା  ଶନି ସାଢେ ସାତୀ ଚାଲିଛି ।

ତେବେ, ଶନୀ ଜୟନ୍ତୀରେ ହିଁ ଏହି ସରଳ ଉପାୟ କରନ୍ତୁ।

ଯାହା ଫଳରେ ଶନିଦଶା କିମ୍ବା ଶନି ସାଢେ ସାତୀରୁ ମୁକ୍ତି ପାଇବେ।  

ଆଜି ଅସହାୟ ଲୋକଙ୍କୁ କଳା ରଙ୍ଗର ପୋଷାକ, କଳା ବିରି ଦାନ କରନ୍ତୁ।

ସେହିପରି ଶନି ଜୟନ୍ତୀରେ ଛାୟି ଦାନ କରନ୍ତୁ। 

ଏକ ପାତ୍ରରେ ସୋରିଷ ତେଲ ନିଅନ୍ତୁ,ସେଥିରେ ନିଜ ଚେହେରା ଦେଖନ୍ତୁ। ପରେ, ପାତ୍ର ସହ ତେଲ ଦାନ କରନ୍ତୁ। 

ଏହା କରିବା ଦ୍ବାରା ଶନି ସାଢେ ସାତୀ ସମସ୍ୟାରୁ ମୁକ୍ତି ମିଳିବା ସହ ଶନିଙ୍କ ଆର୍ଶିବାଦ ମିଳିଥାଏ। 

ଶନି ଜୟନ୍ତୀରେ ହନୁମାନ ଚାଳିଶା ପାଠ କରନ୍ତୁ। 

ହନୁମାନଙ୍କୁ ମଧ୍ୟ ପୂଜା କରନ୍ତୁ। ଏହା କରିବା ଦ୍ବାରା ଶନିଦଶାରୁ ମୁକ୍ତି ମିଳିଥାଏ। (Disclaimer: ଏହାମାତ୍ର କେବଳ ସୂଚନା ଆଧାରିତ । କୌଣସି ଉପାୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିନିଅନ୍ତୁ।)