ଖାସ୍ କରି ଓଡ଼ିଆ ଘରେ ସନ୍ଧ୍ୟା ଓ ସକାଳ ସମୟରେ ପୂଜା ବେଳେ ଶଙ୍ଖ ବଜାଯାଏ
ହେଲେ ଶଙ୍ଖକୁ ନେଇ ସାବଧାନ ରହିବା ଉଚିତ୍, ତେବେ ଆସନ୍ତୁ ଜାଣିବା ଶଙ୍ଖ ରଖିବାର ସଠିକ୍ ସ୍ଥାନ
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂଜା ହେଉଥିବା ଶଙ୍ଖକୁ କେବେ ବି ବଜାଇବା ଉଚିତ୍ ନୁହେଁ
ଶଙ୍ଖକୁ ସବୁବେଳେ ପୂଜା ଘରେ ଏକ ଉତ୍ତମ ସ୍ଥାନରେ ରଖାଯିବା ଉଚିତ୍
ଏହାସହ ଶଙ୍ଖକୁ ପୂଜା ଘରର ଉତ୍ତର-ପୂର୍ବ ଦିଗରେ ରଖାଯିବା ଉଚିତ୍
ଏଠାରେ ଶଙ୍ଖକୁ ରଖାଯିବା ପୂର୍ବରୁ ସ୍ଥାନକୁ ଭଲ ଭାବେ ଧୋଇ ପରିସ୍କାର କରାଯିବା ଉଚିତ୍
ସକାଳେ ଓ ସନ୍ଧ୍ୟାରେ ଶଙ୍ଖ ବଜାଇବା ଦ୍ୱାରା ଘରୁ ସମସ୍ତ ପ୍ରକାରର ନକାରାତ୍ମକ ପ୍ରଭାବ ଶେଷ ହୁଏ
ଶଙ୍ଖକୁ ମା ଲକ୍ଷ୍ମୀଙ୍କ ଭାବେ ବିବେଚନା କରାଯାଏ, ତେଣୁ ଏହାକୁ ଫୁଙ୍କିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ମାଡ଼ି ଆସେ
ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ