ନଡ଼ିଆକୁ ଜୀବନ, ସ୍ଵାସ୍ଥ୍ୟ ଏବଂ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ନଡ଼ିଆର ପାଣି ଓ ନାଳିରୁ ଅନେକ ପୋଷଣ ମିଳିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।
ନଡ଼ିଆ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରେ ଓ ନକାରାତ୍ମକ ଶକ୍ତିକୁ ଦୂର କରେ ବୋଲି ବିଶ୍ଵାସ ରହିଛି ।
ନଡ଼ିଆକୁ ଭାଙ୍ଗି ପୂଜା ପରେ ବଳି ଭାବରେ ଭଗବାନଙ୍କୁ ସମର୍ପିତ କରାଯାଏ ବୋଲି ବିଶ୍ଵାସ ରହିଛି।
ନଡ଼ିଆ କେବଳ ଭଗବାନ ବିଷ୍ଣୁଙ୍କର ନୁହେଁ, ଶ୍ରୀ ଗଣେଶଙ୍କର ମଧ୍ୟ ପ୍ରିୟ।
ଏଥିପାଇଁ କୌଣସି ଶୁଭ କାର୍ଯ୍ୟ ଆରମ୍ଭରୁ ଭଗବାନଙ୍କୁ ନଡ଼ିଆ ଅର୍ପଣ କରାଯାଏ।
ଏଥିରେ ରହିଥିବା ପାଣି ସବୁଠାରୁ ଶୁଦ୍ଧ ହୋଇଥିବାରୁ ମା’ଙ୍କର ଏହା ପ୍ରିୟ ହୋଇଥାଏ।
ନଡ଼ିଆ ଉପରେ କେବଳ ଦେବୀ ଲକ୍ଷ୍ମୀଙ୍କର ଅଧିକାର ଅଛି ।
ଏହି କାରଣରୁ ମହିଳାମାନଙ୍କୁ ନଡ଼ିଆ ଭାଙ୍ଗିବାକୁ ବାରଣ କରାଯାଇଛି ।