Cricketers Restaurant: ଆଲିସାନ୍ ରେସ୍ତୋରାଁର ମାଲିକ ହେଉଛନ୍ତି ଏହି ୧୦ କ୍ରିକେଟର

Jul 16, 2023, 11:28 AM IST

Narmada Behera

ମୁମ୍ବାଇରେ କିଙ୍ଗ କୋହଲିଙ୍କର ଏକ ରେସ୍ତୋରାଁ ରହିଛି । ଯାହାର ନାଁ ହେଉଛି 'One8 Commune'।  

ସେହିପରି ଭାରତରେ ମଧ୍ୟ ଏମ୍ ଏସ୍ ଧୋନିଙ୍କ ଏକ  ରେସ୍ତୋରାଁ ରହିଛି । ଯାହାର ନାଁ 'Shaka Harry' । 

କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କର ରେସ୍ତୋରାଁ  ନାଁ ହେଲା'Jaddu's Food Field'। ଯାହା ରାଜକୋଟରେ ରହିଛି ।  

ଦୁବାଇରେ ଶିଖର ଧାଓ୍ବନଙ୍କର ଏକ ରେସ୍ତୋରାଁ  ରହିଛି । ଯାହାର ନାଁ ହେଲା 'The Flying Catch'।  ଚଳିତ ବର୍ଷ ଏହି ରେସ୍ତୋରାଁ ଖୋଲାଯାଇଛି ।

ସୁରେଶ ରାଇନାଙ୍କର ରେସ୍ତୋରାଁ ନାଁ ହେଲା 'Raina Indian Restaurant' ।  ଚଳିତ ବର୍ଷ ଜୁନ୍ ମାସରେ ନେଦରଲ୍ୟାଣ୍ତର କ୍ୟାପିଟାଲ ଆମଷ୍ଟେରଡାମରେ ଖୋଲାଯାଇଛି। 

ଜାହିର ଖାନଙ୍କ ରେସ୍ତୋରାଁର ନାଁ ହେଲା  'Dine Fine And The Sports Lounge' । ଯାହା ୨୦୦୫ରୁ ପୁଣେରେ ଖୋଲାଯାଇଛି। 

କପିଲ୍ ଦେବଙ୍କର ଏକ ରେସ୍ତୋରାଁ ରହିଛି । ଯାହାର ନାଁ ହେଲା Elevens । ଯାହା ପାଟନାରେ ରହିଛି ।

ସେହିପରି କୁମାରା ସାଙ୍ଗାକାରା ଓ ମହେଲା ଜୟାବର୍ଦ୍ଦନେ ମିଳିତ ଭାବେ ଏକ ରେସ୍ତୋରାଁ ଖୋଲିଛନ୍ତି । ଯାହାର ନାଁ 'Ministry of Crab'।

ସେହିପରି ସୋଏବ ମଲ୍ଲିକଙ୍କ ରେସ୍ତୋରାଁର ନାଁ 'The Rice Bowl' । ଏହି ରେସ୍ତୋରାଁ ଭାରତ ଓ  ଲାହୋର ମଧ୍ୟ ରହିଛି । 

ସାକିବ୍ ଅଲ୍ ହାସନ୍ ଙ୍କ ରେସ୍ତୋରାଁର  ନାଁ 'Shakib's 75'।