ଭାରତୀୟ କ୍ରିକେଟରଙ୍କ ବିଷୟରେ ପ୍ରାୟତଃ ଏହା କୁହାଯାଏ ଯେ ସେମାନେ କମ୍ ଶିକ୍ଷିତ କିନ୍ତୁ କିଛି ଖେଳାଳି ଏହି ପ୍ରସଙ୍ଗରେ ବହୁତ ଆଗରେ ଅଛନ୍ତି।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ଅମୟ ଖୁରାସିଆ ମଧ୍ୟ UPSC ପରୀକ୍ଷାରେ ପାସ୍ କରିଥିଲେ।
ଭାରତୀୟ ଦଳ ପାଇଁ ଡେବ୍ୟୁ କରିବା ପୂର୍ବରୁ ମଧ୍ୟ ଅମୟ UPSC ପରୀକ୍ଷାରେ କ୍ରାକ୍ କରି ନେଇଥିଲେ।
ଜଣେ ସରକାରୀ କର୍ମଚାରୀ ଭାବରେ ଏକ ଚମତ୍କାର କ୍ୟାରିଅର୍ ଥିବା ସତ୍ତ୍ୱେ ଏହି ଖେଳାଳୀ କ୍ରିକେଟକୁ ବାଛିଥିଲେ।
ଅମୟ ଜଣେ ଖେଳାଳି ଭାବରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହୱାଗଙ୍କ ସହ କ୍ରିକେଟ୍ ଖେଳିଥିଲେ।
ମଧ୍ୟପ୍ରଦେଶର ଏହି କ୍ରିକେଟର ଭାରତ ପାଇଁ କେବଳ ୧୨ଟି ODI ମ୍ୟାଚ୍ ଖେଳିଥିଲେ। ଯେଉଁଥିରେ ସେ ୧୩.୫୫ ହାରାହାରିରେ ମୋଟ ୧୪୯ ରନ୍ କରିଥିଲେ। ତାଙ୍କ ନାମରେ ମଧ୍ୟ ଏକ ଅର୍ଦ୍ଧ ଶତକ ରହିଛି।
ଅମୟ ଖୁରାସିଆ ମଧ୍ୟ ରଜତ ପାଟିଦାର ଓ ବୋଲର ଆଭେଶ ଖାନଙ୍କୁ ତାଲିମ ଦେଇଛନ୍ତି।
ପୂର୍ବତନ କ୍ରିକେଟର ଅମୟ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ କ୍ରିକେଟ୍ ଏକାଡେମୀ ଚଳାନ୍ତି।