ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ରେ ଏହା ହେବ ଭାରତର ପ୍ଲେଇଂ-11!

Nov 6, 2024, 09:27 PM IST

Jagdish Barik

୮ ନଭେମ୍ବରରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ

ଟିମ୍ ଇଣ୍ଡିଆର ଅଧିନାୟକ ସୁର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ଟି-୨୦ ରେ ପ୍ଲେଇଂ-11 ଚୟନ କରିବା ସହଜ ହେବ ନାହିଁ

ପ୍ରଥମ ଟି-୨୦ ରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ କ’ଣ ହୋଇପାରେ ଆସନ୍ତୁ ଆମେ ଆପଣଙ୍କୁ ଜଣାଉଛୁ

ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଓପନିଂ କରିବାର ଦାୟିତ୍ୱ ପାଇପାରନ୍ତି

ଏହାପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ତିନି ନମ୍ବରରେ ଦେଖିବାକୁ ମିଳିବ

ଏହା ପରେ ତିଲକ ଭର୍ମା ଚତୁର୍ଥ ନମ୍ବରରେ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପାଞ୍ଚ ନମ୍ବରରେ ଦେଖିବାକୁ ମିଳିପାରେ

ଷଷ୍ଠ ନମ୍ବରରେ ଅକ୍ଷର ପଟେଲ ଏବଂ ରିଙ୍କୁ ସିଂଙ୍କୁ ସାତ ନମ୍ବରରେ ଫିନିଶର ଭୂମିକାରେ ଦେଖିବାକୁ ମିଳିପାରେ

ଏହାପରେ ରବି ବିଷ୍ଣୋଇଙ୍କୁ ଆଠ ନମ୍ବରରେ ମୁଖ୍ୟ ସ୍ପିନର ଭାବେ ଦେଖିବାକୁ ମିଳିପାରେ

ଦଳରେ ତିନୋଟି ଦ୍ରୁତ ବୋଲରଙ୍କୁ ଚୟନ କରାଯାଇପାରେ, ଏଥିସହ ୟଶ ଦୟାଲ ଡେବ୍ୟୁ କରିପାରନ୍ତି

ଦ୍ରୁତ ବୋଲରଙ୍କ ମଧ୍ୟରୁ ଅର୍ଶଦୀପ ସିଂ, ଆବେଶ ଖାନ ଏବଂ ୟଶ ଦୟାଲଙ୍କୁ ଦଳର ସାମିଲ କରାଯାଇପାରେ