IPL 2023 Final: ଫାଇନାଲ ମ୍ୟାଚ ଖେଳି ସୃଷ୍ଟି କଲେ ବଡ଼ ରେକର୍ଡ, ପ୍ରଥମ ଖେଳାଳି ଭାବେ ଧୋନୀ ରଚିଲେ ଇତିହାସ

May 30, 2023, 10:39 AM IST

Prabhudatta Moharana

ମଇଦାନରେ ପାଦ ଦେଉ ଦେଉ ଧୋନୀ ରଚିଲେ ବଡ଼ ରେକର୍ଡ

IPL ଫାଇନାଲ ମ୍ୟାଚ ଖେଳିବା ପାଇଁ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମକୁ ପୁରା ଟିମ ସହିତ ମୈଦାନକୁ ଓହ୍ଲାଇଥିଲେ ଏମଏସ ଧୋନୀ। ଏହା ସହିତ ରଚିଥିଲେ ବଡ଼ ଇତିହାସ

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୨୫୦ଟି ମ୍ୟାଚ ଖେଳି ସାରିଛନ୍ତି। 

ସର୍ବାଧିକ ଆଇପିଏଲ ମ୍ୟାଚ ଖେଳିବାରେ ପ୍ରଥମ କ୍ରିକେଟର ହୋଇଛନ୍ତି 

ଧୋନୀ ୨୦୨୦ ମସିହାରେ ୨୦୦ ମ୍ୟାଚ ଖେଳି ପ୍ରଥମ ଖେଳାଳିର ରେକର୍ଡ ନିଜ ନାଁରେ କରିଥିଲେ। 

ଧୋନୀଙ୍କ ପୂର୍ବରୁ ସୁରେଶ ରାଇନାଙ୍କ ନାଁରେ ରହିଥିଲା ଏହି ରେକର୍ଡ। ସେ ୨୦୧୭ ମସିହା ସୁଦ୍ଧା ସର୍ବାଧିକ ମ୍ୟାଚ ଖେଳି ଏହି ରେକର୍ଡ ସୃଷ୍ଟି କରିଥିଲେ ରାଇନା। 

ସୁରେଶ ରାଇନା ସର୍ବପ୍ରଥମେ ଶହେ ମ୍ୟାଚ ଖେଳିବାରେ ପ୍ରଥମ ଖେଳାଳି ରହିଥିଲେ। ସେ ଏହି ରେକର୍ଡ ୨୦୧୪ ମସିହାରେ ସୃଷ୍ଟି କରିଥିଲେ।

ସେହିପରି ଆଇପିଏଲରେ ୫୦ ମ୍ୟାଚ ଖେଳିବାର ରେକର୍ଡ ଚେନ୍ନାଇର ସୁରେଶ ରାଇନା ଓ ଏସ ବଦ୍ରିନାଥ ୨୦୧୧ ମସିହାରେ ସୃଷ୍ଟି କରିଥିଲେ। 

ଧୋନୀ ଚଳିତ ବର୍ଷର ଆଇପିଏଲ ଫାଇନାଲ ମ୍ୟାଚ ପୂର୍ବରୁ ମୋଟ ୨୪୯ଟି ମ୍ୟାଚ ଖେଳିଥିଲେ। ଏଥିରେ ମୋଟ ୨୪ଟି ଅର୍ଦ୍ଧଶତକ ସହାୟତାରେ ୫୦୮୨ ରନ କରିଥିଲେ। 

ସମ୍ଭାବିତ ଶେଷ ଫାଇନାଲ ଖେଳୁଥିବା ଧୋନୀ ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ଶତକ ମାରି ପାରିନାହାନ୍ତି।

୩୯.୦୯ ପ୍ରତିଶତ ଓ ୧୩୫.୯୬ ଷ୍ଟ୍ରାଇକ ରେଟ ହାରରେ ଆଇପିଏଲରେ ଧୋନୀ ୨୩୯ଟି ଛକ୍କା ଓ ୩୪୯ଟି ଚୌକା ମାରିଥିଲେ। 

ଧୋନୀ ଫାଇନାଲ ମ୍ୟାଚ ପୂର୍ବରୁ ଓ୍ୱିକେଟ କିପର ଭାବରେ ୧୪୨ଟି କ୍ୟାଚ ଆଉଟ କରିଥିବା ବେଳେ ୪୨ଟି ଷ୍ଟମ୍ପିଂ କରିବାର ରେକର୍ଡ ନିଜ ନାଁରେ ଲେଖିଥିଲେ।