ରୋହିତ ଶର୍ମା ଜୁନ୍-ଅଗଷ୍ଟରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକତ୍ୱ ଭାର ସମ୍ଭାଳିବେ ।
୩୭ ବର୍ଷୀୟ କୋହଲି RCB ଇନୋଭେସନ୍ ଲ୍ୟାବର ଇଣ୍ଡିଆନ୍ ସ୍ପୋର୍ଟ୍ସ ସମିଟରେ କହିଛନ୍ତି କି ସେ ଟେଷ୍ଟ କିମ୍ବା ଦିନିକିଆରୁ ଅବସର ନେବେ ନାହିଁ।
କିଙ୍ଗ୍ କୋହଲି କହିଛନ୍ତି, ଚିନ୍ତା କରନ୍ତୁ ନାହିଁ, ମୁଁ ବର୍ତ୍ତମାନ ସେପରି କିଛି ଘୋଷଣା କରୁନାହିଁ । ଏବେ ସବୁକିଛି ଠିକ୍ ଅଛି । ଏବେବି ଖେଳିବାକୁ ମୁଁ ପସନ୍ଦ କରେ ।
ଆଗକୁ ଆଇପିଏଲ ୧୮ ତମ ସିଜନ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ଏବଂ ବିରାଟ ମଧ୍ୟ ଏହି ସିଜନରେ RCB ପାଇଁ ଖେଳୁଥିବା ଦେଖିବାକୁ ମିଳିବେ ।
କୋହଲି ଚଳିତ ଥର ଚାମ୍ପିଆନ୍ସ ଟ୍ରଫିରେ ସବୁଠାରୁ ଅଧିକ ରନ୍ ଦୌଡରେ ୫ମ ସ୍ଥାନରେ ରହିଛନ୍ତି । ସେ ପାଞ୍ଚ ଦିନିକିଆ ମ୍ୟାଚରେ ୨୧୮ ରନ୍ କରିପାରିଥିଲେ । ଯେଉଁଥିରେ ଏକ ଶତକ ମଧ୍ୟ ସାମିଲ୍ ଥିଲା ।
ଅଷ୍ଟ୍ରେଲିଆ ଗସ୍ତରେ ନିକଟରେ ହୋଇଥିବା ସୀମା ଗାଭାସ୍କର ଟେଷ୍ଟ ସିରିଜରେ ବିରାଟ ରନ୍ ସ୍କୋର କରିବାକୁ ସଂଘର୍ଷ କରିଥିବା ଦେଖାଯାଇଥିଲା ।
ଆଉଥରେ ମୁଁ ଅଷ୍ଟ୍ରେଲିଆ ଗସ୍ତ କରିପାରିବି ନାହିଁ ବୋଲି କହିଛନ୍ତି କୋହଲି। ପୂର୍ବରୁ ଯାହା ଘଟିଥିଲା ସେଥିରେ ମୁଁ ସନ୍ତୁଷ୍ଟ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଉତ୍ତରଦାୟୀ ରହିବ ନାହିଁ।