ଗତ ଦୁଇ ରୁ ତିିନି ବର୍ଷ ଧରି ଧୋନି ଆଇପିଏଲରୁ ବି ଅବସର ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରି ଥିଲା ।
ଶେଷରେ ଧୋନି ନିରବତା ଭାଙ୍ଗି ଏହାକୁ ଖଣ୍ଡନ କରିଛନ୍ତି ।
୪୩ ବର୍ଷିୟ ଧୋନି ଏହି ସିଜନର ସବୁଠାରୁ ବୟସ୍କ ଖେଳାଳୀ ।
ଜିଓହଟ୍ଷ୍ଟାର ସହ ଦେଇଥିବା ଏକ ସାକ୍ଷାତକାରରେ ଏମ୍ଏସ୍ ଧୋନି ଏନେଇ ବଡ଼ ଖୁଲାସା କରିଛନ୍ତି ।
ଧୋନି କହିଛନ୍ତି, 'ଏହା ମୋର ନିଜସ୍ୱ ଦଳ, ମୁଁ ଯେପର୍ଯ୍ୟନ୍ତ ଚାହିଁବି ସେପର୍ଯ୍ୟନ୍ତ ସିଏସକେ ପାଇଁ ଖେଳିପାରିବି'।
"ମୁଁ ହ୍ୱିଲଚେୟାରରେ ଥିଲେ ମଧ୍ୟ ସିଏସେକେ ମୋତେ ଟାଣି ଟାଣି ନେଇଯିବ ।"
ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ମଧ୍ୟ କହିଛନ୍ତି, ଏମ୍ଏସ୍ ଧୋନିଙ୍କୁ ଲିଗରେ ଖେଳିବାକୁ ଆହୁରି ଅନେକ ବର୍ଷ ବାକି ଅଛି ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଉତ୍ତରଦାୟୀ ରହିବ ନାହିଁ।