ସେ ନିଜ କ୍ୟାରିୟର ମଧ୍ଯରେ ବର୍ତ୍ତମାନ ସୁଦ୍ଧା ୭୬ଟି ଶତକ ହାସଲ କରିଛନ୍ତି ।
ସବୁ ବଡ଼ ଦଳ ବିପକ୍ଷରେ ଶତକ ହାସଲ କରିଥିବା କୋହଲି ଏହି ୨ଟି ଟିମ୍ ଆଗରେ ଫେଲ ମାରିଛନ୍ତି ।
ଚଳିତ ବିଶ୍ବକପରେ ଭାରତ ୯ଟି ଟିମ୍ ସହ ମୁକାବିଲା କରିବ । ଏଥିରେ ଏହି ଦୁଇ ଟିମ୍ ମଧ୍ଯ ସାମଲ ରହିଛନ୍ତି ।
ବିରାଟ ଆଫଗାନିସ୍ତାନ ଓ ନେଦରଲ୍ୟାଣ୍ତ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି ଶତକ ହାସଲ କରିନାହାନ୍ତି ।
୨୦୧୧ ମସିହାରେ ବିରାଟ ନେଦରଲ୍ୟାଣ୍ତ ବିରୋଧରେ ଖେଳିଥିଲେ । ଏହି ମ୍ୟାଚରେ ସେ ଆଉଟ୍ ହୋଇଯାଇଥିଲେ ।
ସେହିପରି ୨୦୧୪ ଓ ୨୦୧୯ ମସିହାରେ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ଯ ଶୀଘ୍ର ଆଉଟ୍ ହୋଇଯାଇଥିଲେ ।
ତେବେ ଏହି ବିଶ୍ବକପରେ ବିରାଟ ଏହି ଦୁଇ ଟିମ୍ ବିପକ୍ଷରେ ଶତକ ହାସଲ କରିପାରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।