ଏହି ୟୋ-ୟୋ-ଟେଷ୍ଟରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ କ୍ୟାପଟେନ ରୋହିତ ଶର୍ମା ସହଜରେ ପାସ୍ କରିଥିଲେ
କୋହଲି ଭାରତୀୟ ଦଳ ତରଫରୁ ସର୍ବାଧିକ ୟୋ-ୟୋ ସ୍କୋର ସ୍କୋର କରିଥିଲେ
ୟୋ-ୟୋ ଟେଷ୍ଟ ପାଇଁ ୨୩ଟି ଲେଭେଲ ଅଛି, କିନ୍ତୁ ଖେଳାଳିଙ୍କ ପାଇଁ ଏହା ୫ ଲେଭଲରୁ ଆରମ୍ଭ ହୋଇଥାଏ । ଏହାର ରେଜଲ୍ଟକୁ ରେକର୍ଡ କରାଯାଇଥାଏ ।
ଏହି ଟେଷ୍ଟ ପାଇଁ ଅନେକ କୋଣ ସାହାଯ୍ୟରେ ୨୦ ମିଟର ଦୂରରେ ଦୁଇଟି ଲାଇନ ତିଆରି କରାଯାଏ । ଏଥିରେ ପ୍ଲେୟାରକୁ ଦୌଡିବାକୁ ପଡିଥାଏ ।
ଏହାକୁ ଏକ ସଟଲ୍ କୁହାଯାଏ ଓ ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂରା କରିବାକୁ ପଡିଥାଏ । ବିପ୍ ଧ୍ୱନି ସହିତ ପ୍ଲେୟାରକୁ କ୍ରମାଗତ ଭାବରେ ଦୌଡ଼ିବାକୁ ପଡିଥାଏ ।
ଯେତେବେଳେ କୌଣସି ଖେଳାଳି ସମୟ ପୂର୍ବରୁ ଏହାକୁ ପୂରା କରି ନ ପାରିଥାଏ, ସେତେବେଳେ ଏହାକୁ ରୋକିଦିଆ ଯାଇଥାଏ ।
ଭାରତୀୟ ଖେଳାଳିଙ୍କୁ ୟୋ-ୟୋ ଟେଷ୍ଟରେ ପାସ୍ କରିବା ପାଇଁ ୧୬.୫ ସ୍କୋର କରିବା ଜରୁରୀ ।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କୁ ୧୯ ସ୍କୋର କରିବାକୁ ପଡିଥାଏ । ଓ ଶ୍ରୀଲଙ୍କା ଏବଂ ପାକିସ୍ତାନର ଖେଳାଳିଙ୍କୁ ୧୭.୪ ସ୍କୋର କରିବାକୁ ପଡିଥାଏ ।