ATM Fees: ୧ ମଇରୁ ଏତିକି ବଢ଼ିଯିବ ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜ 

Mar 25, 2025, 04:50 PM IST

Jagdish Barik

ଆପଣଙ୍କର ଯଦି ବାରମ୍ବାର ଏଟିଏମ୍ ରୁ ଟଙ୍କା ଉଠାଇବାର ଅଭ୍ୟାସ ଅଛି 

ତେବେ ଆପଣଙ୍କୁ କିଛି ଦିନ ମଧ୍ୟରେ ଏହି ଅଭ୍ୟାସକୁ ସୁଧାରି ନେବା ଉଚିତ୍

କହିରଖୁଛୁ ଯେ ୧ ମେ'ରୁ ଏଟିଏମରୁ ଟଙ୍କା ଉଠାଇବା ମହଙ୍ଗା ହେବାକୁ ଯାଉଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କଗୁଡ଼ିକୁ ଏଟିଏମ୍ ଇଣ୍ଟରଚେଞ୍ଜ ଫି ବୃଦ୍ଧି କରିବାକୁ ଅନୁମତି ଦେଇଛି

ଯାହା କାରଣରୁ ଯଦି ହୋମ୍ ବ୍ରାଞ୍ଚ ବଦଳରେ କୌଣସି ଏଟିଏମ୍ ରୁ ଟଙ୍କା ଉଠାନ୍ତି ବା ବାଲାନ୍ସ ଚେକ୍ କରନ୍ତି

ତେବେ ଏହା ଆପଣଙ୍କୁ ପୂର୍ବ ଅପେକ୍ଷା ଟିକିଏ ଅଧିକ ମହଙ୍ଗା ପଡିବ

ପୂର୍ବରୁ ହୋମ ବ୍ୟାଙ୍କର ATM ବଦଳରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଉଥିଲେ ୧୭ ଟଙ୍କା ଦେବାକୁ ପଡୁଥିଲା, ଏବେ ଏହା ୧୯ ଟଙ୍କା ହୋଇଯାଇଛି

ଅନ୍ୟ ବ୍ୟାଙ୍କର ATMରୁ ବାଲାନ୍ସ ଯାଞ୍ଚ କରିବା ପାଇଁ ପୂର୍ବରୁ ୬ ଟଙ୍କା ଦେବାକୁ ପଡୁଥିଲା ଯାହାକୁ ଏବେ ୭ ଟଙ୍କାକୁ ବୃଦ୍ଧି କରାଯାଇଛି

ସେତେବେଳେ ଅନ୍ୟ ବ୍ୟାଙ୍କର ATM ରୁ ଟ୍ରାଞ୍ଜାକ୍ସନ ଫି ନିଆଯିବ ଯେତେବେଳେ ଆପଣ ଫ୍ରି ଟ୍ରାଞ୍ଜକ୍ସନ ସୀମା ଅତିକ୍ରମ କରବେ

NTP  ଦ୍ୱାରା ପଠାଯାଇଥିବା ATM ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ RBI ଅନୁମୋଦନ କରିଛି