BSNL ର ନୂଆ ଧମାକା, ଲଞ୍ଚ ହେଲା ଶସ୍ତା ୮୦ ଦିନିଆ ରିଚାର୍ଜ ପ୍ଲାନ୍

Mar 18, 2025, 05:56 PM IST

Jagdish Barik

BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ଶସ୍ତା ରିଚାର୍ଜ ଯୋଜନା ବିଷୟରେ ସୂଚନା ଦେଇଛି

BSNLର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୮୦ ଦିନର ବୈଧତା ରହିଛି। ଏହି ଯୋଜନା ପାଇଁ ଉପଭୋକ୍ତାମାନଙ୍କୁ ଦୈନିକ କେବଳ ୬ଟଙ୍କା ଖର୍ଚ୍ଚ କରିବାକୁ ପଡିବ

ଏଥିରେ ଉପଲବ୍ଧ ସୁବିଧା ବିଷୟରେ କହିବାକୁ ଗଲେ ଉପଭୋକ୍ତାମାନେ ସାରା ଭାରତରେ ଯେକୌଣସି ନମ୍ବରକୁ ଅସୀମିତ କଲ୍ କରିବାର ସୁବିଧା ପାଇବେ

ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ମାଗଣା ନେସନାଲ୍ ରୋମିଂର ସୁବିଧା ମଧ୍ୟ ମିଳିବ

ଏହି ଯୋଜନାରେ BSNL ନିଜ ଉପଭୋକ୍ତାମାନଙ୍କୁ ପ୍ରତିଦିନ 2GB ହାଇ-ସ୍ପିଡ୍ ଡାଟା ପ୍ରଦାନ କରୁଛି

ଉପଭୋକ୍ତାମାନେ ସମଗ୍ର ବୈଧତା ଅବଧି ମଧ୍ୟରେ ମୋଟ 160GB ଡାଟା ପାଇପାରିବେ। 

ଏହା ସହିତ ପ୍ରତିଦିନ 100ଟି ମାଗଣା SMSର ସୁବିଧା ମଧ୍ୟ ମିଳିବ।

କେବଳ ଏତିକି ନୁହେଁ, BSNL ଏହାର ସମସ୍ତ ମୋବାଇଲ୍ ଉପଭୋକ୍ତାଙ୍କୁ ମାଗଣାରେ BiTVର ଆକ୍ସେସ୍ ପ୍ରଦାନ କରୁଛି। 

ଏହି ନୂତନ ସେବାରେ ଉପଭୋକ୍ତାମାନେ ୪୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, OTT ଆପ୍ ଇତ୍ୟାଦିର ମାଗଣା ଆକ୍ସେସ୍ ପାଆନ୍ତି।

ଏହି ରିଚାର୍ଜ ପ୍ଲାନ୍ କେବଳ ୪୮୫ ଟଙ୍କାରେ ଉପଲବ୍ଧ ।