Geeta Mehta: ସଂକ୍ଷେପରେ ପଢନ୍ତୁ ଗୀତା ମେହେଟ୍ଟାଙ୍କ ଜୀବନ ଯାତ୍ରା ।

Sep 17, 2023, 12:31 PM IST

Payal Priyadarshini

ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଓ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ହେଉଛନ୍ତି ଗୀତା ମେହେଟ୍ଟା ।

୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଗୀତା ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖିକା ଥିଲେ ।

ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

ଗୀତା ୧୯୬୫ ମସିହାରେ ଆମେରିକାର ପ୍ରଖ୍ୟାତ ପ୍ରକାଶକ ସ୍ୱର୍ଗତ ସୋନି ମେହେଟ୍ଟାଙ୍କୁ ବିବାହ କରିଥିଲେ ।

୨୦୧୯ ମସିହାରେ ସୋନି ମେହେଟ୍ଟାଙ୍କ ଦେହାନ୍ତ ହୋଇଥିଲା ।

ଗୀତା ‘ଦି ଇଟରନାଲ ଗଣେଶ’,‘ଏ ରିଭର ସୂତ୍ର’,‘ସ୍ନେକ ଆଣ୍ଡ ଲାଡର୍ସ ଓ କର୍ମ କୋଲା’ ଇଂଲଣ୍ଡ, ୟୁରୋପ ଓ ଆମେରିକାର ବିଭିନ୍ନ ଟିଭି ଚ୍ୟାନେଲ ପାଇଁ ୧୪ଟି ଡକ୍ୟୁମେଟଂଟାରୀ କରିଛନ୍ତି ।

ସେ ଆମେରିକାର ଟିଭି ଚ୍ୟାନେଲ ପାଇଁ ସାମ୍ବାଦକତା କରିଥିଲେ ।

୨୦୧୯ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ହୋଇଥିଲେ ।

କିନ୍ତୁ ପଦ୍ମଶ୍ରୀ ସମ୍ମାନ ନେବାକୁ ପ୍ରତ୍ୟାଖ୍ୟାନ କରିଥିଲେ ଗୀତା ।

ରାଜନୈତିକ କାରଣରୁ ସେ ଏହି ସମ୍ମାନ ଗ୍ରହଣ କରିନଥିବା ଚର୍ଚ୍ଚା ହୋଇଥିଲା ।