Mobile Tracking: ପୋଲିସ ମୋବାଇଲ୍ ଫୋନରୁ ଅପରାଧୀକୁ କିପରି ଟ୍ରାକ୍ କରେ?

May 11, 2024, 06:05 PM IST

Jagdish Barik

ପୋଲିସ ସବୁବେଳେ ଅପରାଧୀଙ୍କୁ ଟ୍ରାକିଂ କରି ସେମାନଙ୍କୁ ଧରିଥାଏ

କେବେ ଆପଣ ଭାବିଛନ୍ତି କି ପୋଲିସ୍ ଏପରି କେମିତି କରିପାରେ?

ପୋଲିସ କୌଣସି ଲୋକକୁ ଟ୍ରାକ୍ କରିବା ପାଇଁ ତାହାର ମୋବାଇଲ୍ ନମ୍ବର ବ୍ୟବହାର କରିଥାଏ

ଏହା ବ୍ୟତୀତ ଦ୍ୱିତୀୟ ଫୋନର IMEI ନମ୍ବର ବ୍ୟବହାର କରିଥାଏ

ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍ କରିବା ପାଇଁ ପୋଲିସକୁ ଟେଲିକମ୍ କମ୍ପାନୀ ସହିତ ସହଯୋଗ କରିବାକୁ ପଡିଥାଏ

ଟେଲିକମ୍ କମ୍ପାନୀ ପୋଲିସକୁ କହିଥାଏ ଯେ କେଉଁ ମୋବାଇଲ୍ ଟାୱାର ନିକଟରେ ଏକ ନିର୍ଦ୍ଦିଷ୍ଟ ନମ୍ୱର ସକ୍ରିୟ ରହିଛି

ଟେଲିକମ୍ କମ୍ପାନୀ ମୋବାଇଲ୍ ଟାୱାର ମାଧ୍ୟମରେ ଏହାର ଉପଭୋକ୍ତାମାନଙ୍କ ବିଷୟରେ ସୂଚନା ପାଇଥାଏ

ଯେତେବେଳେ ବି କେହି ମୋବାଇଲରେ କଥାବାର୍ତ୍ତା କରନ୍ତି, ସେ କେବଳ ନିକଟସ୍ଥ ମୋବାଇଲ୍ ଟାୱାର ସାହାଯ୍ୟରେ ହିଁ କରିପାରନ୍ତି

ଟେଲିକମ୍ କମ୍ପାନୀଗୁଡିକରେ ଏକ ସଫ୍ଟୱେର୍ ଉପଲବ୍ଧ ଅଛି ଯାହା ଲୋକେସନ୍ କହି ଦେଇଥାଏ

ଏହା ସମେତ ଆଉ କିଛି ସଫ୍ଟୱେର୍ ମଧ୍ୟ ପୋଲିସ୍ ବ୍ୟବବାର କରିଥାଏ