Garlic Benefits: ଜାଣନ୍ତୁ ସୁସ୍ଥ ଶରୀର ପାଇଁ କେତେ ଉପକାରୀ ୨ କୋଲା ରସୁଣ
Jul 12, 2024, 06:58 PM IST
Prabhudatta Moharana
ଜାଣିଛନ୍ତି କି ଶରୀର ପାଇଁ କେତେ ଉପକାରୀ ରସୁଣ। ଆସନ୍ତୁ ଜାଣିବା...
ମଧୁମେହ ନିୟନ୍ତ୍ରଣ କରେ: ମଧୁମେହ ଭଳି ଏକ ରୋଗକୁ ମଧ୍ୟ ରସୁଣ ସେବନ ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ। ଗରମ ପାଣିରେ ଦୁଇଟି ରସୁଣ କୋଲା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏବଂ ମଧୁମେହରୁ ରକ୍ଷା କରିଥାଏ।
ହାର୍ଟକୁ ସୁସ୍ଥ ରଖେ: ଗରମ ପାଣିରେ ରସୁଣ ଦୁଇ କୋଲା ଖାଇବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ। ଏବଂ ଆପଣଙ୍କୁ ହାର୍ଟ ଆଟାର୍କରୁ ରକ୍ଷା ମିଳିଥାଏ। କେବଳ ସେତିକି ନୁହେଁ, ଏହା ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାର୍ଯ୍ୟ କରେ।
ରକ୍ତଚାପକୁ ନିୟନ୍ତ୍ରଣରେ ରଖେ : ରସୁଣରେ ଥିବା ଉପାଦାନଗୁଡ଼ିକ ରକ୍ତକୁ ପ୍ରାକୃତିକ ଉପାୟରେ ମିଶ୍ରିତ କରେ । ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
କୋଲେଷ୍ଟ୍ରଲ ହ୍ରାସ କରେ: ରସୁଣ ମଧ୍ୟ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ବ୍ୟତିତ ରସୁଣରେ ଆଣ୍ଟିବାୟୋଟିକ୍, ଆଣ୍ଟି ଫଙ୍ଗଲ୍ ଉପାଦାନ ଭରପୂର ମାତ୍ରାରେ ଥିବାରୁ ଥଣ୍ତା ଓ ସର୍ଦ୍ଦି ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ସଂକ୍ରମଣରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୁଏ।
ହଜମ ଶକ୍ତି ବୃଦ୍ଧି କରେ : ଉଷୁମ ପାଣିରେ ପ୍ରତିଦିନ ଦୁଇଟି ରସୁଣ ଖାଇଲେ ହଜମ ଭଲ ହୁଏ। ଶରୀରରେ ଭଲ ବ୍ୟାକ୍ଟେରିଆର ସ୍ତର ବଢିଥାଏ। ପେଟ ସମ୍ବନ୍ଧୀୟ ରୋଗ, ଡାଇରିଆ, ପେଟ କଷ୍ଟ, ଯନ୍ତ୍ରଣା, ଫୁଲିବା ଭଳି ରୋଗରୁ ମୁକ୍ତି ମିଳିଥାଏ।
Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।
2025 new year horoscope: ୨୦୨୫ରେ ମାଲାମାଲ ହେବେ ୫ ରାଶି
Next Webstory